ବଲାଙ୍ଗୀର, ୨୬।୭ : ଲୋୟର ସୁକତେଲ ଡ୍ୟାମରେ ବଢୁଛି ଜଳସ୍ତର। ବିପଦ ସଂକେତ ଛୁଇଁ ଡ୍ୟାମର ଜଳସ୍ତର ୨ଶହ ମିଟର ଡେଇଁଛି। ଫଳରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ୟାମର ଗେଟ୍ ଖୋଲାଯାଇଛି।  ଲୋୟର ସୁକତେଲ ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି।

ସୁକତେଲ ମୁଖ୍ୟ ଯନ୍ତ୍ରୀ ଓ ଅତିରକ୍ତ ଜିଲ୍ଳାପାଳଙ୍କ ଉପସ୍ଥିତିରେ ପୂଜା ହୋଇଥିଲା। ପରେ ସାଇରନ ବାଜି ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା ।ଲଗାଣ ବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର ବିପଦ ସଙ୍କେତ ଉପରେ ଥିବାରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି ବୋଲି ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସୁରେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି Iପ୍ରତି ସେକେଣ୍ଡରେ ଡ୍ୟାମକୁ ୫ଶହ କ୍ୟୁସେକ ଜଳ ପଶୁଛି I ବିପଦ ସଂକେତ ଛୁଇଁ ଡ୍ୟାମର ଜଳସ୍ତର ୨ଶହ ମିଟର ଡେଇଁଛି। ଫଳରେ ବର୍ଷା ଜଳ ନିଷ୍କାସନ ପାଇଁ ଗେଟ ଖୋଲାଯାଇ ବନ୍ୟାଜଳ ଛଡାଯାଇଛି ।

ଆହୁରି ପଢନ୍ତୁ : ଧାନ ତଳି ରୋଉଥିଲେ, ବଜ୍ରପାତରେ ଚାଲିଗଲା ବାପା-ପୁଅଙ୍କ ଜୀବନ