ନୂଆଦିଲ୍ଲୀ, ୨୮/୦୨; ୨୦୨୨ ମସିହାରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ପ୍ରବେଶ କରିବା ପରଠାରୁ, ଲକ୍ଷ୍ନୌ ସୁପର ଜାଏଣ୍ଡ୍ସ କେବଳ ହୋଇଛି । ଲଗାତାର ଚାରି ବର୍ଷ ଧରି ଟାଇଟଲ ସ୍ବପ୍ନ ସତ କରିପାରି ନାହିଁ ଦଳ । ଆଇପିଏଲ ୨୦୨୬ ପର୍ବରୁ LSGକୁ ଏବେ ଏକ ନୂତନ ଅବତାରରେ ଦେଖିବାକୁ ମିଳିବ । ନୂଆ ଆରମ୍ଭ କରିବାକୁ ଯାଉଛି ଟିମ୍ । ଲୋଗୋ ପରେ ଏବେ ଦଳ ଜର୍ସି ମଧ୍ୟ ପରିବର୍ତ୍ତନ କରିଛି । ନୀଳ ଜର୍ସିରୁ ନାଲିରେ ପହଞ୍ଚିଛି ଲକ୍ଷ୍ନୌ ।

ନିକଟରେ, ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଫ୍ରାଞ୍ଚାଇଜ୍ ତାର ଦଳର ଲୋଗୋ ପରିବର୍ତ୍ତନ କରିଥିଲା । ଯେଉଁଥିରେ ଭଗବାନ ଶ୍ରୀ ଗଣେଶଙ୍କୁ ସ୍ଥାନ ଦିଆଯାଇଛି, ଏବଂ ଏବେ ହୋଲି ପୂର୍ବରୁ, ଦଳର ନୀଳ ଜର୍ସିକୁ ଏକ ଭିନ୍ନ ରଙ୍ଗ ଦିଆଯାଇଛି । ଏକ ସମ୍ପୂର୍ଣ୍ଣ ନୂତନ ରୂପ ଦୃଶ୍ୟମାନ ହେଉଛି । ଲକ୍ଷ୍ନୌର ଜର୍ସି ନୀଳରୁ ଲାଲ ରଙ୍ଗକୁ ପରିବର୍ତ୍ତନ ହୋଇଛି । ଶୁକ୍ରବାର ଏଲସିଜି ଆଇପିଏଲ ୨୦୨୬ ପାଇଁ ଏକ ନୂଆ ଜର୍ସି ଉନ୍ମୋଚନ କରିଛି । ଯେଉଁଥିରେ ସାଧାରଣ ନୀଳ ରଙ୍ଗ ବଦଳରେ ସମ୍ପୂର୍ଣ୍ଣ ଲାଲ ରଙ୍ଗର ଲୁକ୍ ରହିଛି । ଲାଲ ଜର୍ସିରେ ନୀଳ ଲମ୍ବା ଲମ୍ବା ଷ୍ଟ୍ରାଇପ୍ ଏବଂ ଉପର ଭାଗରେ ସୁନେଲି ରଙ୍ଗ ରହିଛି । ଜର୍ସିଟି ବହୁତ ଆକର୍ଷଣୀୟ ଦେଖାଯାଉଛି । ନାଲି ଜର୍ସିରେ ଆଡେନ ମାରକ୍ରମ, ରିଷବ ପନ୍ତ ଏବଂ ମହମ୍ମଦ ସାମିଙ୍କୁ ଦେଖିବାକୁ ମିଳିଛି ।

​​​​​​​

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ; ଅଳ୍ପକେ ବଞ୍ଚିଥିବା ପାକିସ୍ତାନର ଭାଗ୍ୟ ତା' ହାତରେ, ବୁଝନ୍ତୁ ସେମିଫାଇନାଲ ସମୀକରଣ ?   

​​​​​​​ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚେୟାରମ୍ୟାନ ଶାଶ୍ୱତ ଗୋଏଙ୍କା କହିଛନ୍ତି, "LSGର ଚାରି ବର୍ଷର ଯାତ୍ରାରେ, ପ୍ରଶଂସକମାନେ ସର୍ବଦା ସାଥୀରେ ରହିଆସିଛନ୍ତି । ଦଳ ଏବଂ ଏହାର ପରିଚୟ ସହିତ ଏକ ଗଭୀର ଭାବପ୍ରବଣ ସମ୍ପର୍କ ଯୋଡ଼ି ହୋଇଛି । ଏହି ନୂଆ ଜର୍ସି ସେହି ସମ୍ପର୍କକୁ ବଞ୍ଚିବା ଏବଂ ପିନ୍ଧିବା ଯୋଗ୍ୟ କରିଛି । ଲାଲ ରଙ୍ଗ ଆମେ କିପରି ପ୍ରତିଯୋଗିତା କରୁ ତାହା ପରିଭାଷିତ କରୁଥିବା ତୀବ୍ରତାକୁ ପ୍ରତିନିଧିତ୍ୱ କରେ, ଗାଢ଼ ନୀଳ ରଙ୍ଗ ଯାତ୍ରା କେଉଁଠାରୁ ଆରମ୍ଭ ହୋଇଥିଲା ତାହା ପ୍ରତିନିଧିତ୍ୱ କରେ, ଏବଂ ସୁନା ରଙ୍ଗ ଆଗକୁ କ'ଣ ଅଛି ତାହା ଉପରେ ବିଶ୍ୱାସକୁ ପ୍ରତିନିଧିତ୍ୱ କରେ । ପ୍ରତି ଖେଳରେ ସଂସ୍କୃତି, ଉଦ୍ଦେଶ୍ୟ ଏବଂ ପ୍ରତିଯୋଗିତାମୂଳକ ଉଦ୍ଦେଶ୍ୟ ଆଣିଥାଏ। "

ଏବେ, କେବଳ ସମୟ କହିବ ଯେ ଦଳର ନୂଆ ଲୋଗୋ ଏବଂ ନୂଆ ଜର୍ସିର ରଙ୍ଗ ଲକ୍ଷ୍ନୌ ସୁପରଜିଆଣ୍ଟସର ଭାଗ୍ୟ ବଦଳାଇ ପାରିବ କି ନାହିଁ । ୨୦୨୨ ରେ IPLରେ ପ୍ରବେଶ କରିବା ପରେ ୪ ବର୍ଷ ପର୍ଯ୍ୟନ୍ତ ଟାଇଟଲ ଜିତିପାରି ନାହିଁ ଦଳ ।