ମୁମ୍ୱାଇ : ‘କହୋ ନା ପ୍ୟାର ହୈ’ ର ‘ ଏକ ପଲ୍ କା ଜିନା ...’ ଓ ‘ତମାଶା’ର ‘ସଫରନାମା’ ତ ଆପଣ ଶୁଣି ଥିବେ। କିନ୍ତୁ ଆପଣ କଣ ଜାଣନ୍ତି ଯେ, ଏହି ସବୁ ଲୋକପ୍ରିୟ ଗୀତର ସିଙ୍ଗର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଛନ୍ତି। ହେଲେ କାହିଁକି , ଆସନ୍ତୁ ଜାଣିବା। ଏହା ପୂର୍ବରୁ ଆପଣଙ୍କ ପାଇଁ ଏହା ଜାଣିବା ଜରୁରି ଯେ, ଏହି ସିଙ୍ଗର ୧୯୯୬ର ସ୍କ୍ରିନ ଆୱାର୍ଡ୍ସରେ ବେଷ୍ଟ ପପ ମେସ୍ ଭୋକାଲିଷ୍ଟର ପୁରସ୍କାର , ୧୯୯୭ରେ ଚ୍ୟାନେସ ଭି ଭ୍ୟୁଅର୍ସ ଚଏସ ଆୱାର୍ଡ ଓ ୨୦୦୧ ରେ ବେଷ୍ଟ ମେଲ୍ ପ୍ଲେବ୍ୟାକ୍ ସିଙ୍ଗରର ଫିଲ୍ମ ଫେୟାର ପୁରସ୍କାର ଜିତି ଥିଲେ।
ଏହି ସିଙ୍ଗରଙ୍କ ନାମ ଲକି ଅଲୀ । ସେ ହେଉଛନ୍ତି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଦିବଙ୍ଗତ ଅଭିନେତା ମେହମୁଦଙ୍କ ପୁଅ। ଯେବେ ମେହମୁଦଙ୍କ ଦେହାନ୍ତ ହୋଇଥିଲା , ସେତେବେଳେ ଲକି ଆମେରିକାର ପେନସିଲଭେନିଆରେ ଥିଲେ। ସେ ଆମେରିକାକୁ ନିଜର ଚିକିତ୍ସା ପାଇଁ ଯାଇ ଥିଲେ। ପିତାଙ୍କ ମୃତ୍ୟୁ ପରେ ଲକି ମୁମ୍ୱାଇ ଓ ଫିଲ୍ମ ଇଣ୍ଡଷ୍ଟ୍ରୀ , ଉଭୟରୁ ଦୂରେଇ ଯାଇ ଥିଲେ। ସେ ନବଭାରତ ଟାଇମ୍ସକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ , ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯିବାର ନିଷ୍ପତ୍ତି ଟକ୍ସିସିଟି କାରଣରୁ ନୁହେଁ , ବରଂ ମୁଁ ଖୁବ୍ ଅବସାଦରେ ପଡ଼ି ଯାଇଥିଲି । ପିତାଙ୍କ ମୃତ୍ୟୁ ପରେ ମୋତେ ଲାଗିଲା ଯେ, ଏବେ ଆଉ ମୋ ପାଖେ କିଛି ରହି ନାହିଁ।
ଲକି ଅଲୀ କହିଥିଲେ , ମୁଁ ଫିଲ୍ମ କଲି ଓ ଗୀତ ମଧ୍ୟ ଗାଇଲି , କିନ୍ତୁ ଗୋଟେ ସମୟ ଏମିତି ଆସିଲା , ଯେବେ ମୁଁ ବୁଝି ପାରିଲି ନାହିଁ ଯେ, ଆଗକୁ କଣ କରିବାର ଅଛି। ମୁଁ ନିଜ ଉପାୟରେ ଗୀତ ଚାହୁଁ ଥିଲି। ମୋ ଯେଉଁ ଗୀତ , ‘ଓ ସନମ ’ସେ ସବୁ ଗାଇଥିଲି ,ଯେତେବେଳେ ମୋତେ ମୋ ଉପାୟରେ ଗାଇବାକୁ ସ୍ୱାଧୀନତା ମିଳିଲା। ୨୦୧୫ ମସିହାରେ, ମୁଁ ନିଜକୁ ଇଣ୍ଡଷ୍ଟ୍ରୀରୁ ଦୂରେଇ ନେଲି। ହଁ ,ମୋ ସହ ଖରାପ ବ୍ୟବହାର କରାଯାଇ ଥିଲା, କିନ୍ତୁ ମୁଁ ଇଣ୍ଡଷ୍ଟ୍ରୀର ଟକ୍ସିସିଟି ଠାରୁ ଦୂରେଇ ନଥିଲି , ବୋର୍ ହୋଇ ଯାଇଥିଲି।
ଲକି ଅଲୀ ତାଙ୍କ ପିତାଙ୍କ ବିଷୟରେ କହି ଥିଲେ , ବାବାଙ୍କ ଚାଲି ଯିବା ପରେ ମନେହେଲା ଯେମିତି ଆଉ କିଛି ରହି ନାହିଁ। ନା କେହି ବନ୍ଧୁ ଥିଲେ , ନା କେହି ନିଜର। ହଁ , ମୁଁ ଶ୍ୟାମ ବେନେଗଲଙ୍କ ସହ ‘ତ୍ରିକାଲ’ ଓ ‘ଭାରତ ଏକ ଖୋଜ୍’ କରିଛି। ମୁଁ ନସିରୁଦ୍ଦିନ ଶାହ , ଶବାନା ଆଜମି ଓ ଓମ୍ ପୁରୀଙ୍କ ଭଳି କଳାକାରଙ୍କ ଠାରୁ ବହୁତ କିଛି ଶିଖିଛି। କିଛି ଦିନ ପରେ ମୁଁ ନିଜ ଲେବଲ ଓ ନିଜ ଷ୍ଟାଇଲ ସହ ମ୍ୟୁଜିକକୁ ଫେରିଲି। ମୋ ପାଇଁ କୌଣସି କମ୍ପିଟିସନ ନଥିଲା। ମୁଁ ବୁଝି ପାରି ଥିଲି ଯେ, ଯଦି ଆପଣ ସତ ଓ ଭଲ କାମ କରନ୍ତି , ତ ଲୋକେ ଶୁଣିବେ ଏବଂ ଯଦି ଆପଣ ଅଯଥା କିଛି କରିବେ ତ ସେ ଆପଣଙ୍କୁ ରିଜେକ୍ଟ କରି ଦେବେ।
ଲକି ଅଲୀଙ୍କ ମାଆଙ୍କ ନାଁ ମଧୁ ଅଲୀ (ମହିଲିକା) ଥିଲା। ମଧୁ , ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ମିନା କୁମାରୀଙ୍କ ଛୋଟ ଭଉଣୀ ଥିଲେ। ଲକି ଅଲୀ ତିନୋଟି ବିବାହ କରିଛନ୍ତି। ସର୍ବ ପ୍ରଥମେ ସେ ନ୍ୟୁଜିଲ୍ୟାଣ୍ଡର ମେଘନ ଜେନ ମ୍ୟାକକ୍ଲେରିଙ୍କୁ ବିବାହ କରିଥିଲେ ଏବଂ ସେ ଦୁଇଟି ପିଲା –ତାଅବ୍ବୁଜ ଓ ତସ୍ମିଆଙ୍କ ବାପା ହୋଇଛନ୍ତି। ଏହାପରେ ସେ ମେଘନଙ୍କୁ ତଲାକ ଦେଇଥିଲେ ଏବଂ ଜଣେ ପାର୍ସି ମହିଳା ଇନାୟାଙ୍କୁ ବିବାହ କରିଥିଲେ। ଇନାୟା ଓ ଲକି ଅଲୀଙ୍କ ଦୁଇଟି ପିଲା –ସାରା ଓ ରାୟନ। ପୁଣି ୨୦୧୦ରେ ଲକି ଅଲୀ ବ୍ରିଟିଶ ମଡେଲ ତଥା ଏକ୍ସ ବ୍ୟୁଟି କ୍ୱିନ କେଟ୍ ଏଲିଜାବେଥ ହେଲମଙ୍କୁ ବିବାହ କରିଥିଲେ। କେଟ୍ ଓ ଲକିଙ୍କର ଜଣେ ପୁଅ ଅଛନ୍ତି। ଡାନି ମକସୁଦ ଅଲୀ। ଏହାପରେ ୨୦୧୭ରେ ଉଭୟଙ୍କର ଛାଡ଼ପତ୍ର ହୋଇ ଯାଇଥିଲା।
ଲକି ଅଲୀ ଜଣେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ତାଙ୍କ ବାପାଙ୍କ ଫିଲ୍ମ ‘ଛେଟେ ନୱାବ’ (୧୯୬୨)ରେ କାମ କରି ଥିଲେ। ପରେ ସେ ‘କାଣ୍ଟେ’ (୨୦୦୨) , ସୁର ( ୨୦୦୨) ଓ ତମାସା (୨୦୧୫) ଭଳି ଫିଲ୍ମରେ ନିଜର ଖୁବ୍ ସୁନ୍ଦର ଆକ୍ଚିଂ ଝଲକ ଦେଖାଇଛନ୍ତି। କୁହାଯାଏ ଲକି ଅଲୀଙ୍କୁ ଗୀତ ଗାଇବା ବ୍ୟତୀତ , ଘୋଡାସବାରୀ ଓ ଅର୍ଗାନିକ୍ ଫାର୍ମିଂ ର ମଧ୍ୟ ସଉକ ଅଛି।
ଆଉ ମଧ୍ୟ ପଢନ୍ତୁ : ଗୀତରେ ସମସ୍ତଙ୍କ ହୃଦୟ ଛୁଇଁ ଥିଲେ ମହମ୍ମଦ ଅଜିଜ, ହେଲେ ମିଳିଲାନି ସେତିକି ସମ୍ମାନ ; ଏମିତି ହୋଇଥିଲା ଅନ୍ତିମ ବିଦାୟ