ବୈଦିକ  ଜ୍ୟୋତିଶ ଶାସ୍ତ୍ର ଅନୁସାରେ , ଆସନ୍ତାକାଲି ଅର୍ଥାତ ୨୩ ମାର୍ଚ୍ଚରୁ କିଛି ରାଶିଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ସମୟରେ ଗ୍ରହଙ୍କ ଚଳନ  ଶୁଭ ସଙ୍କେତ ଆଣିବା। ଯେଉଁଥିରେ ଏମାନଙ୍କୁ କ୍ୟାରିଅର, ଧନ  ଓ ବ୍ୟକ୍ତିଗତ ଜୀବନରେ ଅନେକ ସଫଳତା ମିଳିବାର ଯୋଗ ରହିଛି। ତେବେ ଆସନ୍ତୁ ଜାଣିବା ସେହି ୫ ଭାଗ୍ୟଶାଳୀ ରାଶିଙ୍କ ବିଷୟରେ । 

ମେଷ ରାଶି: ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ବେଶ ଶୁଭ ରହିଛି। କ୍ୟାରିଅରରେ ଭଲ ସଫଳତା ମିଳିବ। ଚାକିରିରେ ପଦୋନ୍ନତି ହେବ । ଯେଉଁ ବ୍ୟକ୍ତି ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଶୁଭ ସମୟ । ଏହା ବ୍ୟତୀତ ପାରିବାରିକ ଜୀବନରେ ବି ସକରାତ୍ମକ ପରିବର୍ତ୍ତନା ଦେଖାଦେବ । 

ବୃଷ ରାଶି:ବୃଷ ରାଶିର ଲୋକଙ୍କ ପାଇଁ ଏହି ସମୟ ଆର୍ଥିକ ଦୃଷ୍ଟିରୁ ବେଶ ଲାଭକାରୀ ରହିବ । ଅଟକି ରହିଥିବା ପଇସା ଆପଣ ପାରିପାରିବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ଲାଗି ରହିବ । ଘରେ ଖୁସିର ମାହୋଲ ରହିବ । 

ସିଂହ ରାଶି: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ କ୍ୟାରିଅର ଓ ଧନ-ସମ୍ପତ୍ତି ମାମଲାରେ ଭଲ ରହିବ । ଚାକିରି କରୁଥିବା ଲୋକଙ୍କ ପ୍ରମୋସନ ହୋଇପାରେ । ନୂଆ ଚାକିରି ଖୋଜୁଥିବା ଲୋକଙ୍କୁ ଭାଲ ଚାକିରି ମିଳିବ । ନିବେଶ କରିବାର ଏହା ଠିକ୍ ସମୟ । ଯେଉଁଥିରେ ଭବିଷ୍ୟରେ ବଡ଼ ଲାଭ ମିଳିବ । ସୁଖ ସମୃଦ୍ଧି ବଢିବ । 

ବିଛା ରାଶି:ବିଛା ରାଶିଙ୍କ ଭାଗ୍ୟ ଆସନ୍ତାକାଲିଠୁ ସମ୍ପୂର୍ଣ୍ଣ ଭାବେ ବଦଳିବ । ଅଚାନକ ଧନ ଲାଭର ଯୋଗ ରହିଛି । ଆତ୍ମ ବିଶ୍ବାସ ବଢିବ । ଆଉ ଯଦି କିଛି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି । ତେବେ ଏହା ବେଶ ଭଲ ସମୟ  । 

ମୀନ ରାଶି:ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ବେଶ ଭଲ ରହିବ । କୌଣସି ଯାତ୍ରାରୁ ଲାଭ ପାଇପାରିବେ ।ଅନେକ ଦିନରୁ ଅଟକି ରହିଥିବା କାମ ପୂରଣ ହେବ । ପ୍ରେମ ସମ୍ପର୍କ ଭଲ ରହିବ । ଯେଉଁ ବ୍ୟକ୍ତି ବିବାହ କରିବାକୁ ଭାବୁଛନ୍ତି । ତେବେ ସେମାନଙ୍କ ପାଇଁ ଏହା ଉପଯୁକ୍ତ ସମୟ ।