ନୂଆଦିଲ୍ଲୀ: ଦିନ କେଇଟାରେ ପର ହୋଇଗଲା ସ୍ବାମୀ, ପୁଣି ନିଜର ହେଲା ପ୍ରେମିକ । ସ୍ବାମୀକୁ ଛାଡ଼ିଲେ ପ୍ରେମିକ ସହ ଛୁ ମାରିଲେ । ଉତ୍ତରପ୍ରଦେଶର ମୈନପୁରରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ବିବାହ ମାତ୍ର ୨୦ ଦିନ ଭିତରେ ଫେରାର ଯୁବତୀ ଜଣକ ଗହଣା ଧରି ଫେରାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କୁ ଧରିବା ପାଇଁ ତନାଘନା ଚାଲିଛି ।
କହି ରଖୁଛୁ କିଳ ଜିତେନ୍ଦ୍ର କୁମାର ନାମକ ଯୁବକ ଗତ ଏପ୍ରିଲ୍ ୨୧ ତାରିଖରେ ବିବାହ କରିଥିଲେ । ବେଶ ଖୁସିର ସହ ସ୍ତ୍ରୀଙ୍କ ସହ ପ୍ରଥମେ ମିଶିଥିଲେ । ଆଉ ଭବିଷ୍ୟତରେ ଭଲରେ ଚଳିବେ ବୋଲି ମନରେ ଆଶା ବାନ୍ଧିଥିଲେ । ମାତ୍ର ଦିନ କେଇଟାରେ ସ୍ତ୍ରୀଙ୍କ ଭାବ ଭାବ ବଦଳିବାରେ ଲାଗିଲା । ଆଉ ଗତ ମେ ୮ ତାରିଖରେ ସକାଳୁ ଦେଖିବା ବେଳକୁ ପାଇନଥିଲେ । ପ୍ରଥମେ ଏ କଥା କାହାକୁ କହିନଥିଲେ । ପରେ ତାଙ୍କ ବାପଘରକୁ ଫୋନ୍ କରି ଜଣାଇଥିଲେ । ସେମାନେ କହିଥିଲେ କି, ଆମ ଘରକୁ ଆସିନି ।
ବରର ଘର ଲୋକେ ଦେଖିବା ବେଳକୁ ଟଙ୍କା ସହ ଗହଣା ଧରି ବୋହୂ ଛୁ ମାରିଥିବା ଜାଣିବାକୁ ପାଇଥିଲେ । ସୁନା ଚେନ, ହାର ସହ ବହୁ ଗହଣା ନେଇ ଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଜିତେନ୍ଦ୍ର କୁମାର ଅଭିଯୋଗ କରିଛନ୍ତି କି, ସେ ତାଙ୍କ ଗାଁରେ ଅରୁଣ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଉଭୟ ଫେରାର ହୋଇଯାଇଛନ୍ତି । ମୋତେ ମୋ ଗହଣା ଏବଂ ଟଙ୍କା ଫେରାଇ ଦେଉ ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ପୁଲିସ ଯାଞ୍ଚ କରିବା ପରେ ଯୁବତୀ ଜଣକ ଅରୁଣ ସହ କଥା ହେଉଥିବା ଜଣାପଡ଼ିଛି । ସେମାନଙ୍କୁ ଖୋଜିବା ପାଇଁ ଟିମ୍ ଗଠନ କରାଯାଇଛି ।
ଏହାସହ ପଢ଼ନ୍ତୁ : ଚଳନ୍ତା ଟ୍ରେନରୁ ମହିଳା ନିଖୋଜ ଘଟଣା: ସାମ୍ନାକୁ ଆସିଲେ ପ୍ରଜ୍ଞା…