ନୂଆଦିଲ୍ଲୀ: କେଦାନାଥରୁ ଦର୍ଶନ ଛାଡ଼ି ଫେରିବାବେଳେ ଚଳନ୍ତା ଟ୍ରେନରୁ ମହିଳା ନିଖୋଜ ଘଟଣା ରବିବାର ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ସ୍ବାମୀଙ୍କ ଅଭିଯୋଗ ପରେ ପୁଲିସ ମଧ୍ୟ ଖୋଜାଖୋଜି ଆରମ୍ଭ କରିଥିଲା । ଘଟଣାର ତଦାଘନା ସହ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଜ୍ଞା ସିଂହ । ସେ ସ୍ବାମୀଙ୍କୁ ଫୋନ କରି ଜଣାଇଛନ୍ତି କି, ମୁଁ ମାଉସୀଘରେ ରହିଯାଇଛି । ଏହି ପ୍ରତିକ୍ରିୟା ପରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ପୁଲିସକୁ ଆଶ୍ବସ୍ତି ମିଳିଛି ।

ବେଗୁସରାଇରେ ପ୍ରଜ୍ଞାଙ୍କ ମାଉସୀ ରୁହନ୍ତି । ସେ ସେଠାକୁ ଚାଲିଯାଇଥିବା ଫୋନଯୋଗେ ଜଣାଇଥିଲେ । ପୁଲିସ ତାଙ୍କୁ ଉଦ୍ଧାର କରିଛି । ଏହାସହ ତାଙ୍କ ଅଟକ ରଖି ପୁଲିସ ପଚରାଉଚରା କରୁଛି । ସେପଟେ ତାଙ୍କ ପରିବାର ଦିଲ୍ଲୀରେ ରହିଥିବାବେଳେ ପ୍ରଜ୍ଞାଙ୍କ ସହ ଭେଟିବା ପାଇଁ ଯିବେ । ଏବେ ଜଣାପଡ଼ିଛି କି, ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯେଉଁ କାରଣରୁ ସେ ଟ୍ରେନ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ମାତ୍ର ଏନେଇ ସେମାନେ କୌରସି ପ୍ରତିକ୍ରିୟା ରଖିନାହାନ୍ତି ।

କହି ରଖୁଛୁ କି, କାନପୁରର ମନୀଷ ତାଙ୍କ ପରିବାର ସହ କେଦାରନାଥ ବୁଲିବା ପାଇଁ ଯାଇଥିଲେ । ଟ୍ରେନରେ ଫେରିବା ପରେ ସେ ଶୋଇଥିଲେ ଆଉ ଉଠି ଦେଖିବା ବେଳକୁ ତାଙ୍କ ସ୍ତ୍ରୀ ପାଖରେ ନଥିଲେ । ପ୍ରଥମେ ଭାବିଥିଲେ କି, ସେ ଶୌଚାଳୟ ଯାଇଥିବେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବା ପରେ ଟ୍ରେନରେ ହଇଚଇ ସୃଷ୍ଟି ହୋଇଥିଲା । ସେ ଏନେଇ ପୁଲିସକୁ ଖବର ମଧ୍ୟ ଦେଇଥିଲେ ।

ତେବେ ପୁଲିସ ଯେତେବେଳେ ଘଟଣାରେ ହସ୍ତକ୍ଷେପ କରିଥିଲା ଆଉ ଫୋନକୁ ଟ୍ରାକ୍ କରିଥିଲା ଶେଷ ଲୋକେସନ ଲସ୍କର ଦେଖାଇଥିଲା । ଏହାପରେ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ଦେଖିବାକୁ ମିଳିଥିଲା । ପରେ ସିସିଟିଭି ଯାଞ୍ଚ କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ପ୍ରଜ୍ଞାଙ୍କ ମୋବାଇଲ ବନ୍ଦ ରହିଥିବାବେଳେ ସ୍ବାମୀ ଚିନ୍ତା ପ୍ରକାଶ କରିବା ସହ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ । ପ୍ରତିଟି ମୁହୂର୍ତ୍ତ କଷ୍ଟକର ବୋଲି ସେ କହିଥିଲେ । ଯେତେବେଳେ ମନୀଷଙ୍କ ପାଖକୁ ଏକ ଫୋନକଲ୍ ଆସିଥିଲା ଆଉ ପ୍ରଜ୍ଞାଙ୍କ ପାଟି ଶୁଣିବା ପରେ ଆଶ୍ବସ୍ତି ହୋଇଥିଲେ ସ୍ବାମୀ ।

ଏହାସହ ପଢ଼ନ୍ତୁ : ଦୁନିଆର କୌଣସି ଶକ୍ତି ଆମକୁ ନୁଆଁଇ ପାରିବନି, ସୋମନାଥରୁ ପିଏମ୍ ମୋଦିଙ୍କ ବାର୍ତ୍ତା