ଭୁବନେଶ୍ୱର,୧୩/୧୧: ଏଥର ବିନା ଡିଜେ  ମା' ଧନଦାତ୍ରୀଙ୍କୁ ମେଲାଣି ଦିଆଯାଇଛି।  ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ବାୟାବାବା ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଭସାଣି କରଯାଇଥିଲା। କଟକ ଦଶହରା ଭସାଣି ଉତ୍ସବର ଗଣ୍ଡଗୋଳ ଗଜଲକ୍ଷ୍ମୀ ପୂଜାରେ ଯେମିତି ନଘଟୁ, ସେଥିପାଇଁ ଚଳିତ ବର୍ଷ ସାମୂହିକ ଭସାଣିକୁ ଭୁବନେଶ୍ବର ଲକ୍ଷ୍ମୀପୂଜା ଭସାଣି ସମତି ପକ୍ଷରୁ ବାରଣ କରାଯାଇଥିଲା। ତେଣୁ କେବଳ ୟୁନିଟ୍-୯ ଫ୍ଲାଟ୍ ଅଞ୍ଚଳରେ ଭସାଣ ସେଭାଯାତ୍ର ବାହାରିଥିଲା। ଏହା ପରେ କୂଆଖାଇରେ ବିଏମ୍‌ସି ପକ୍ଷରୁ ହୋଇଥିବା ଅସ୍ଥାୟୀ ପୋଖରୀ ମା ଗଜଲକ୍ଷ୍ମୀଙ୍କୁ ବିସର୍ଜନ କରାଯାଇଥିଲା।

ବାୟାବାବା ଗଜଲକ୍ଷ୍ମୀ ପୂଜା ସମିତି ୧୧ ତମ ଗଜଲକ୍ଷ୍ମୀ ପୂଜା  ଅନୁଷ୍ଠିତ ହୋଇଯାଇଛି। ୭ ଦିନ ବ୍ୟାପି ପୂଜା କରାଯାଇଥିଲା। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ଙ୍କ କୃପାରୁ  ୪ରୁ ୫ ହଜାର ଲୋକଙ୍କ ପାଇଁ ୫ଦିନ ଧରି ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଶେଷ ଦିନରେ ପୂର୍ଣ୍ଣାହୁତି ପରେ ଚରୁ ଅନ୍ନ ବଣ୍ଟନ କରାଯାଇଥିଲା।  ସମିତିର ସଭ୍ୟମାନଙ୍କ ପରିଚାଳନାରେ ପୂଜା ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା।