ନୂଆଦିଲ୍ଲୀ, ୧୮/୨ : ପ୍ରେମ ପାଇଁ ବିଧବା ହେବାକୁ ପ୍ରସ୍ତୁତ । ମୋତେ ସିନ୍ଦୂର ନୁହେଁ, ପ୍ରେମିକ ଦରକାର । ଏମିତି ଏକ ଘଟଣା ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି । ୧୦ ଦିନ ପରେ ଯୁବକଙ୍କ ମୃତ୍ୟୁ ଉପରୁ ହଟିଛି ପରଦା । ବ୍ରିଜ୍ ତଳୁ ମୃତଦେହ ଉଦ୍ଧାର ହୋଇଥିବାବେଳେ ସନ୍ଦେହ ହୋଇଥିଲା । ପୁଲିସ ଘଟଣାକୁ ଗୁରୁତର ନେବା ସହ ତଦନ୍ତ ଜୋରଦାର କରିଥିଲା । ଏବେ ଏହି ହତ୍ୟାକାଣ୍ଡରେ ଯୁବକଙ୍କ ସ୍ତ୍ରୀ ମୁଖ୍ୟ ଥିବା ସ୍ପଷ୍ଠ ହୋଇଛି । ନିଜ ଦାଦା ଶ୍ବଶୁରଙ୍କ ପୁଅ ସହ ପ୍ରେମ ସମ୍ପର୍କରେ ପଡ଼ିଥିଲେ । ଯେଉଁ କାରଣରୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।
ଗତ ଫେବୃଆରୀ ୬ ତାରିଖରେ ଗୋରାଘାଟ ଥାନା ଅଞ୍ଚଳର ଏକ ପୋଲତଳୁ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଜଣକ ହେଲେ ହଂସରାଜ ବର୍ମା । ତାଙ୍କ ବୟସ ୩୫ । ଗଳାକାଟି ହତ୍ୟା କରାଯାଇଥିବା ବେଳେ ପ୍ରଥମରୁ ଚିହ୍ନଟ ହୋଇପାରିନଥିଲା ।ପୁଲିସ ମୃତଦେହକୁ ଚିହ୍ନଟ କରିବା ପରେ ଫୋନ୍ କଲ୍ ଯାଞ୍ଚ କରାଯାଇଥିଲା । ପରେ ଜଣାପଡ଼ିଥିଲା କି, ବବିତା ଏବଂ ଦାଦାଙ୍କ ପୁଅ ହେମନ୍ତ ମିଶି ହତ୍ୟା କରିଥିବା ଜଣାପଡ଼ିଥିଲା । ସେମାନେ ପ୍ରେମରେ ପଡ଼ିଥିବାବେଳେ ବବିତା ହେମନ୍ତଙ୍କୁ କହିଥିଲେ କି, ସେ ଘରୁ ବାହାରକୁ ଯାଇଛନ୍ତି ଯେମିତି ଘରକୁ ନଫେରନ୍ତି । ଆଉ ଶେଷରେ ହତ୍ୟା କରି ପୋତି ଦେଇଥିଲେ ।
ପୁଲିସ ସୂତ୍ରରୁ ଜଣାପଡ଼ିଛି କି, ହଂସରାଜଙ୍କ ସହ ହେମନ୍ତ ଏବଂ ତାଙ୍କର ଜଣେ ବନ୍ଧୁ ମିଶି ମଦ ପିଇଥିଲେ । ପରେ ଝାନସୀ ଛାଡ଼ିବା ବାହାନାରେ ବାଟରେ ପୁଣି ଆସି ମଦ ପିଇଥିଲେ । ଏହାପରେ ତାଙ୍କୁ ହତ୍ୟା କରି ବୁଦାମୂଳରେ ଫିଙ୍ଗି ଦେଇଥିଲେ । ୧୬ ବର୍ଷ ପୂର୍ବରୁ ମହିଳା ଜଣଙ୍କ ବିବାହ କରିଥିବାବେଳେ ତାଙ୍କର ୨ ସନ୍ତାନ ରହିଛନ୍ତି । ତଥାପି ଦିଅରଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଆଉ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ପୁଲିସ ଫୋନ୍ ଚେକ୍ କରିଥିବାବେଳେ ହତ୍ୟା ପୂର୍ବରୁ ହେମନ୍ତ ଏବଂ ବବିତା ବାରମ୍ବାର କଥା ହୋଇଥିଲେ । ଯେଉଁଥିରୁ ସମସ୍ତଙ୍କ ସତ ଜରାପଡ଼ିଥିଲା । ସେପଟେ ବବିତା କହିଥିଲେ କି, ସ୍ବାମୀ ମଦ ପିଇ ସବୁବେଳେ ମାଡ଼ଗୋଳ କରନ୍ତି ।ଯେଉଁ କାରଣରୁ ଦିଅର ପ୍ରେମରେ ପଡ଼ିଥିବା କହିଥିଲେ ।
ଏହାସହ ପଢ଼ନ୍ତୁ : ମହମ୍ମଦ ସିରାଜଙ୍କ ଜର୍ସି ପିନ୍ଧି ବ୍ୟାଟିଂ ଆସିଲେ ଅଭିଶେକ, ତଥାପି ଖୋଲିପାରିଲେନି ଖାତା...