ଲକ୍ଷ୍ନୌ ; ୧୧/୧ : ଉତ୍ତରପ୍ରଦେଶର ପ୍ରୟାଗରାଜ ସଙ୍ଗମସ୍ଥଳରେ ଚାଲିଛି ମାଘମେଳା । ଦେଶ ବିଦେଶରୁ ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଗଙ୍ଗାରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଉଛନ୍ତି । ତେବେ ଏହି ମେଳାରେ ଜଣେ ବିଦେଶୀ ଯୁବତୀଙ୍କ ଭାରତୀୟ ସଂସ୍କୃତି ଏବଂ ଭକ୍ତଭାବକୁ ଯିଏ ଦେଖୁଛି ପ୍ରଂଶସା ନକରି ରହିପାରୁନି । ଇଟାଳୀର ଏହି ଯୁବତୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆମ ଦେଶର ଅନେକ ଯୁବପୀଢ଼ୀ ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଉଥିବାବେଳେ ବିଦେଶିନୀଙ୍କ ଭକ୍ତଭାବର ଭିଡିଓକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବାବେଳେ ଭଲ କମେଣ୍ଟମାନ ଦେଉଥିବା ଦେକିବାକୁ ମିଳୁଛି ।

ତେବେ ଏହି ଇଟାଲୀୟ ଯୁବତୀଙ୍କ ନାମ ହେଉଛି ଲୁକ୍ରେଜିଆ । ସେ ଭାରତୀୟ ମହିଳାଙ୍କ ଭଳି ପୋଷାକ ପରିଧାନ କରିଥିବାବେଳେ ନାଲି ଚୁଡ଼ି ଏବଂ କାନଫୁଲ ଲଗାଇଛନ୍ତି । ବେଶଭୂଷାରୁ ତାଙ୍କୁ କେହି ମଧ୍ୟ ବାରି ପାରିବେ ନାହିଁ । ଭାରତୀୟ ମହିଳାଙ୍କ ଭଳି ସେ ପୂଜାପାଠ କରୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସେ ପାଶ୍ଚାତ୍ୟ ସଭ୍ୟତାକୁ ପରିତ୍ୟାଗ କରି ଭାରତୀୟ ସଂସ୍କୃତିକୁ ଆପଣାଉଛନ୍ତି । ଏବେ ସେ ସାଧୁ ମନମୌଜି ରାମପୁରୀଙ୍କ ଶରଣରେ ରହିଛନ୍ତି । ସେ ଅଳ୍ପ ଅଳ୍ପ ହିନ୍ଦୀ ମଧ୍ୟ କହୁଛନ୍ତି । ତେବେ ହିନ୍ଦୀ ବୁଝିପାରୁଛନ୍ତି । କେବଳ ଏତିକି ନୁହେଁ ସେ ହର ହର ମହାଦେବ, ହର ହର ଗଙ୍ଗେ, ଓମ୍ ନମଃ ଶିବାୟ, ଜୟ ଭୋଲେ ନାଥ ଏବଂ ଜୟ ଶ୍ରୀ ରାମ ଜପ କରନ୍ତି । ତେବେ ୨୦୨୪ ମସିହାରେ ଅନୁଷ୍ଠିତ ମାଘମେଳା ସମୟରେ ପ୍ରଥମେ ପ୍ରୟାଗରାଜ ଆସିଥିଲେ । ଏଥରକ ମଧ୍ୟ ସେ ଆସିଥିବାବେଳେ ବାବାଙ୍କ ଶରଣରେ ରହିଛନ୍ତି।