ନୂଆଦିଲ୍ଲୀ, ୦୩/୦୮: ସାଉଦି  ଆରବର ରିୟାଧ ଠାରେ ଆୟୋଜିତ  ଇ-ସ୍ପୋର୍ଟ୍ସ ବିଶ୍ୱକପ୍‌ର ଚେସ୍‌ କ୍ରୀଡ଼ାରେ  ବିଶ୍ୱର ଏକ ନମ୍ବର ଖେଳାଳି ନରୱେର  ମାଗନସ୍‌ କାର୍ଲସେନ ଚାମ୍ପିଅନ୍‌ ହୋଇଛନ୍ତି । ଫାଇନାଲ୍‌ରେ ସେ ୨-୦ରେ ଫ୍ରାନ୍ସର  ଅଲିରେଜା ଫିରୌଜାଙ୍କୁ ପରାସ୍ତ କରିଥିଲେ।

ଅଲିରେଜା ପ୍ରଥମ ଗେମ୍‌ ଜିତିଥିଲେ ।  ଏହାପରେ ୫ଥର ବିଶ୍ୱ ଚାମ୍ପିଅନ୍‌ କାର୍ଲସେନ  କ୍ରମାନ୍ୱୟରେ ୩ଟି ଗେମ୍‌ ଜିତି ଟାଇଟଲ ହାସଲ କରିଥିଲେ । ସେ ଟିମ୍‌ ଲିକ୍ୟୁଡ୍‌  ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଟ୍ରଫି ସହ କାର୍ଲସେନଙ୍କୁ ୨କୋଟି ୧୯ଲକ୍ଷ ଟଙ୍କାର  ପୁରସ୍କାର ରାଶି ମିଳିଥିଲା । ଅନ୍ୟ ପଟରେ ଆମେରିକାର ହିକାରୁ ନାକାମୁରା ବ୍ରୋଞ୍ଜ  ପଦକ ହାସଲ କରିଛନ୍ତି । ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍‌ରେ ସେ ୩.୫- ୨.୫ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାଇସିକୁ ପରାଜିତ କରିଥିଲେ ।