ମୁମ୍ବାଇ,୨୫/୨ : ରୂପା ଗାଙ୍ଗୁଲୀ ନିଜ କ୍ୟାରିୟରର ଆରମ୍ଭ ୧୯୮୪ରେ ପାର ଫିଲ୍ମରୁ ଆରମ୍ଭ କରିଥିଲେ । ଏହାପରେ ସେ କେତେକ ହିନ୍ଦୀ ଏବଂ ବଙ୍ଗାଳୀ ଫିଲ୍ମରେ ଦେଖାଯାଇଥିଲେ । ମାତ୍ର ତାଙ୍କ କ୍ୟାରିୟରକୁ ନୂଆ ରଙ୍ଗ ମିଳିଥିଲା ବିଆର ଚୋପ୍ରାଙ୍କ ମହାଭାରତ ମାଧ୍ୟମରେ । ଏହି ଶୋରେ ସେ ଦ୍ରୌପଦୀଙ୍କ ଚରିତ୍ର ନିଭାଇଥିଲେ । ନିଜ ଅଭିନୟରେ ଏହି ଚରିତ୍ରକୁ ସେ ଏଭଳି ଜୀବନ୍ତ କରି ଗଢିତୋଳିଲେ କି ରାତାରାତି ଟିଭି ପରଦାର ଷ୍ଟାର୍ ହୋଇଗଲେ । ଏହି ଶୋକୁ ଏବେ ୩୬ବର୍ଷ ହୋଇଗଲାଣି । କିନ୍ତୁ ଏବେ ବି ଲୋକେ ଦ୍ରୌପଦୀଙ୍କ ଭୂମିକା ନିଭାଇଥିବା ରୂପାଙ୍କୁ ଭୂଲି ନାହାନ୍ତି । କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ କି ରୂପାଙ୍କ ବାସ୍ତବ ଜୀବନ ବହୁ ଦୁଃଖଭରା ଅଟେ ।

ରୂପା ୧୯୯୨ରେ ଧୃବ ମୁଖାର୍ଜୀଙ୍କ ସହ ବିବାହ କରିଥିଲେ, ଏହାପରେ ସେ ଅଭିନୟକୁ ଅଲବିଦା କହିଥିଲେ । ରୂପା ପରେ ଏହାର ଖୁଲାସା ମଧ୍ୟ କରିଥିଲେ କି ତାଙ୍କ ସ୍ବାମୀ ଚାପ ପକାଇଥିଲେ କି ସେ ଅଭିନୟ ଛାଡ଼ି ଦିଅନ୍ତୁ ଏବଂ ଘରେ ରୁହନ୍ତୁ । ଏହାପରେ ସେ ଏକ ସାକ୍ଷାତକାରରେ ମଧ୍ୟ କହିଥିଲେ କି ସେ ଅଭିନୟ ଛାଡ଼ିବା ପରେ ନିଜ ସ୍ବାମୀଙ୍କ ଉପରେ ନିର୍ଭର କରି ରହୁଥିଲେ । ସେ ତାଙ୍କୁ ଖର୍ଚ୍ଚ ଲାଗି ଟଙ୍କା ଦେଉନଥିଲେ । ଏଭଳି ସ୍ଥଳେ ରୂପାଙ୍କୁ ନିଜ ଛୋଟ ଛୋଟ ଜରୁରୀ ଲାଗି ବି ସ୍ବାମୀଙ୍କ ସାମ୍ନାରେ ହାତ ପତାଇବାକୁ ପଡ଼ୁଥିଲା । ଫଳରେ ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ଡିଷ୍ଟର୍ବ ଥିଲେ । ୧୫ବର୍ଷ ପର୍ଯ୍ୟନ୍ତ ରହିବା ପରେ ରୂପା ୨୦୦୭ରେ ଧୃବ ମୁଖାର୍ଜୀଙ୍କଠାରୁ ଅଲଗା ହୋଇଥିଲେ ।

ଏହାପରେ ସେ ବଙ୍ଗାଳୀ ସିଙ୍ଗର ଦିବ୍ୟେନ୍ଦୁ ମୁଖର୍ଜୀଙ୍କ ପ୍ରେମରେ ପଡ଼ି ଯାଇଥିଲେ ଏବଂ ଲିଭ – ଇନରେ ରହିବାକୁ ଲାଗିଥିଲେ । ମାତ୍ର ଭାଗ୍ୟକୁ ଆଉ କିଛି ଆବଶ୍ୟକ ଥିଲା, ଏହି ସମ୍ପର୍କ ଅଧିକ ଦିନ ରହିପାରିନଥିଲା । ରୂପା ନିଜ ବାସ୍ତବ ଜୀବନରେ ବହୁ କଷ୍ଟ ଦେଖିଛନ୍ତି । ସେ ନିଜେ ମଧ୍ୟ କେତେକ ଥର କହିଛନ୍ତି କି ବହୁ ଥର ସେ ଆତ୍ମହତ୍ୟା କରିବାକୁ ପ୍ରୟାସ ମଧ୍ୟ କରିଥିଲେ । ରୂପା ଏବେ ରାଜନୀତିରେ ଅଛନ୍ତି । ସେ ବର୍ତ୍ତମାନ ବଙ୍ଗଳା ରାଜନୀତି ଏବଂ ସମାଜସେବାରେ ଆକ୍ଟିଭ ଅଛନ୍ତି ।