ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ

Published By : Harapriya Sethi | December 9, 2024 2:35 PM

ଭଦ୍ରକ,୦୯/୧୨: ସହିଦ ସ୍ମୃତି ଭବନ ଠାରେ ଶିଶୁ ମହୋତ୍ସବ ମହକ୍‌ ଉଦଘାଟିତ ହୋଇଛି । ଅଲ୍‌ ଓଡ଼ିଶା ଘରୋଇ ବିଦ୍ୟାଳୟ ମହାସଂଘ ଭଦ୍ରକ ପକ୍ଷରୁ ଏହି ଶିଶୁ ମହୋତ୍ସବ ମହକ୍‌-୨୦୨୪ ଅନୁଷ୍ଠିତ ହୋଇଛି । ଲାୟନ୍ସ କ୍ଲବ୍‌ର ସହଭାଗିତାରେ ଦୁଇ ଦିନ ଧରି ଏହି ଶିଶୁ ମହୋତ୍ସବ ଅନୁଷ୍ଠିତ ହେଉଛି । ଜିଲ୍ଲାରେ ଥିବା ଘରୋଇ ବିଦ୍ୟାଳୟ ମହାସଂଘର ସଭାପତି ଅଶୋକ କୁମାର ମହାନ୍ତି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । 

ସରକାରୀ ବିଦ୍ୟାଳୟରେ ଯେପରି ପିଲାଙ୍କ ପାଇଁ ସୁରଭି କାର୍ଯ୍ୟକ୍ରମ କରାଯାଉଛି, ବେସରକରୀ ବିଦ୍ୟାଳୟରେ ଏସବୁ କାର୍ଯ୍ୟକ୍ରମ ହେଉ ନ ଥିଲା । ଫଳରେ ପିଲାଙ୍କ ପ୍ରତିଭା ସାମ୍ନାକୁ ଆସିପାରୁ ନଥିଲା । ତେଣୁ ବେସରକାରୀ ବିଦ୍ୟାଳୟର ପିଲାଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରି ପିଲାଙ୍କ ପ୍ରତିଭାକୁ ସାମ୍ନାକୁ ଆଣିବାର ଏହା ଏକ ପ୍ରୟାସ ବୋଲି କହିଛନ୍ତି ଆୟୋଜକ । ଦୁଇ ଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ୪୨ଟି ବିଦ୍ୟାଳୟର ୪୨୨ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରେ, ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ, ଗଳ୍ପ, ରାଇମ୍ସ, ହସ୍ତାକ୍ଷର, ନୃତ୍ୟ, ସଙ୍ଗୀତ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ସମସ୍ତ ବିଦ୍ୟାଳୟରେ ସମ୍ପାଦକ, ସମ୍ପାଦିକାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ସହଯୋଗ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.