ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ମହାକୁମ୍ଭ ଅସ୍ଥାୟୀ ନିଯୁକ୍ତି-ଆର୍ଥିକ ବୃଦ୍ଧିର ପାୱାରହାଉସ୍‌: ଆୟ ହେବ ୨ ଲକ୍ଷ କୋଟି, ସୃଷ୍ଟି କରିବ ୧୨ ଲକ୍ଷ ନିଯୁକ୍ତ

Published By : Prameya | January 21, 2025 1:06 PM

ନୂଆଦିଲ୍ଲୀ ୨୧/୦୧: ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ  ଆସନ୍ତା ଫେବ୍ରୁଆରୀ ୨୬ ତାରିଖରେ ଶେଷ ହେବ । ତୀର୍ଥରାଜ  ପ୍ରୟାଗରାଜର ଏହି ଐତିହାସିକ ସଙ୍ଗମ ଦେଶରେ ଅସ୍ଥାୟୀ  ନିଯୁକ୍ତି ଓ ଆର୍ଥିକ ବୃଦ୍ଧିର ପାୱାର୍‌ହାଉସ୍‌ ହୋଇଛି । ୪୫  ଦିନର ମହାକୁମ୍ଭ ଅବଧିରେ ବିଭିନ୍ନ କ୍ଷେତ୍ରରେ ୧୨ ଲକ୍ଷ  ଅସ୍ଥାୟୀ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି ।  ଏହା ଯୋଗୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୮ ଲକ୍ଷରୁ ଅଧିକ  ଲୋକ ଉପକୃତ ହେବେ । 

ଏହି ଐତିହାସିକ ଆୟୋଜନ କେବଳ ପ୍ରୟାଗରାଜରେ  ଅର୍ଥନୀତିକୁ ବଳ ଦେବ ତାହା ନୁହେଁ, ପଡ଼ୋଶୀ କ୍ଷେତ୍ରମାନଙ୍କୁ  ମଧ୍ୟ ଆର୍ଥିକ ସଶକ୍ତ କରିବ । ପର୍ଯ୍ୟଟନ, ପରିବହନ ଓ  ଲଜିଷ୍ଟିକ୍‌, ସ୍ୱାସ୍ଥ୍ୟସେବା, ଆଇଟି ଓ ଖୁଚୁରା ବ୍ୟବସାୟରୁ  ଲକ୍ଷାଧିକ ଲୋକ ବ୍ୟାପକ ଉପକୃତ ହେବାର ଆଶା  ରହିଛି । 

ବିଶ୍ୱସ୍ତରୀୟ ଟେକ୍ନୋଲୋଜି ଓ ଡିଜିଟାଲ ଟ୍ୟାଲେଣ୍ଟ୍‌  ସଲ୍ୟୁସନ୍‌ ପ୍ରୋଭାଇଡର୍‌ ଏନ୍‌ଏଲ୍‌ବି ସର୍ଭିସେସ୍‌ ଏହି  ରିପୋର୍ଟ ଦେଇଛି । ରିପୋର୍ଟ ଅନୁସାରେ, ଗଭୀର ଆଧ୍ୟାତ୍ମିକ  ମହତ୍ୱ ରଖୁଥିବା ମହାକୁମ୍ଭରେ ଏହି ପବିତ୍ର ସମାଗମ  ଆର୍ଥିକ ଗତିବିଧିର ପ୍ରମୁଖ ସ୍ରୋତ ହୋଇଛି । ୟୁପି ସରକାର  ମହାକୁମ୍ଭରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ଆକଳନ  କରିଛନ୍ତି, ଯାହା ଇତିହାସର ସର୍ବବୃହତ ଆଧ୍ୟାତ୍ମିକ ଓ ଧାର୍ମିକ ସମାଗମର ରୂପ ନେଇଛି । 

କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ  (ସିଏଆଇଟି) ଅନୁସାରେ, ଏହି ଆୟୋଜନରୁ ଆର୍ଥିକ  ଗତିବିଧିରେ ୨ ଲକ୍ଷ କୋଟି ଆୟ ହେବାର ଆଶା କରାଯାଉଛି ।  ବିଭିନ୍ନ କ୍ଷେତ୍ରରେ ଏହା ଅଭୂତପୂର୍ବ ନିଯୁକ୍ତି ଅବସର ସୃଷ୍ଟି  କରିବ । ଏନ୍‌ଏଲ୍‌ବି ସର୍ଭିସେସ୍‌ର ସିଇଓ ସଚିନ ଅଲୁଗ୍‌  କହିଛନ୍ତି, ଢାଞ୍ଚାଗତ ବିକାଶ, କାର୍ଯ୍ୟକ୍ରମ ପ୍ରବନ୍ଧନ, ନିରାପତ୍ତା  ସେବା, ସ୍ଥାନୀୟ ବ୍ୟବସାୟ, ପର୍ଯ୍ୟଟନ, ମନୋରଞ୍ଜନ ଓ ଉଦ୍ୟାନକୃଷି ଜରିଆରେ ଆର୍ଥିକ ବୃଦ୍ଧିର ପ୍ରଭାବ ବିସ୍ତାର  ହୋଇଥାଏ । ଏହା ଉଭୟ ପାରମ୍ପରିକ ଓ ଆଧୁନିକ ବ୍ୟବସାୟ  କ୍ଷେତ୍ରର ବିକାଶକୁ ପ୍ରୋତ୍ସାହିତ କରେ । 

ଏ ସମସ୍ତ କ୍ଷେତ୍ରରେ ଅସ୍ଥାୟୀ ନିଯୁକ୍ତିରେ ବୃଦ୍ଧି  ଉଭୟ ଔପଚାରିକ ଓ ଅନୌପଚାରିକ ନିଯୁକ୍ତି କ୍ଷେତ୍ରକୁ  ବଳ ଦେଉଛି । ପର୍ଯ୍ୟଟନ ଓ ଆତିଥ୍ୟ ଉଦ୍ୟୋଗରେ  ହୋଟେଲ କର୍ମଚାରୀ, ଟୁର୍‌ ଗାଇଡ୍‌, କୁଲି, ଭ୍ରମଣ  ପରାମର୍ଶଦାତା ଓ ସଂଯୋଜକଙ୍କ ଭୂମିକା ଯଥେଷ୍ଟ ବୃଦ୍ଧି  ପାଇବ ବୋଲି ଆଶା କରାଯାଉଛି । ବହୁ ସଂଖ୍ୟକ  ଆଗନ୍ତୁକଙ୍କ ପ୍ରବନ୍ଧନ ନିମନ୍ତେ ୪.୫ ଲକ୍ଷ କର୍ମଚାରଙ୍କୁ  ନିଯୁକ୍ତି ମିଳିବ ବୋଲି ଅଲୁଗ୍‌ କହିଛନ୍ତି । 

ସେହିପରି ପରିବହନ ଓ ଲଜିଷ୍ଟିକ୍‌ କ୍ଷେତ୍ର ଗାଡ଼ି  ଚାଳକ, ଯୋଗାଣ ଶୃଙ୍ଖଳା ପ୍ରବନ୍ଧକ, କୋରିଅର କର୍ମୀ ଓ  ଅନ୍ୟ ସହଯୋଗୀ କର୍ମଚାରୀଙ୍କ ପାଇଁ ୩ ଲକ୍ଷ ନିଯୁକ୍ତି ସୃଷ୍ଟି  ହେବାର ଆକଳନ କରାଯାଇଛି । ମହାକୁମ୍ଭ ସମୟରେ ଅସ୍ଥାୟୀ  ମେଡିକାଲ କ୍ୟାମ୍ପ୍‌ରେ ଫ୍ରିଲାନ୍ସ ନର୍ସ, ପାରାମେଡିକାଲ କର୍ମଚାରୀ  ଓ ଏ ସମ୍ପର୍କୀୟ ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ  କରିବ । ଏଥିରୁ ୧.୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । 

ଆଇଟି ଓ ଟେକ୍ନୋଲୋଜି କ୍ଷେତ୍ରର ଚାହିଦା ବଢ଼ୁଛି । ଭର୍ଚୁଆଲ କୁମ୍ଭ ଦର୍ଶନ ଆପ୍‌ର ପ୍ରବନ୍ଧନ, କାର୍ଯ୍ୟକ୍ରମ  ସମୟରେ (ରିୟଲ ଟାଇମ୍‌) ସବୁ ଖବର ପ୍ରଦାନ ଏବଂ  ବାଧା-ରହିତ ଡିଜିଟାଲ ସେବା ନିମନ୍ତେ ସାଇବର୍‌ ସିକ୍ୟୁରିଟି  ପାଇଁ ୨ ଲକ୍ଷ କର୍ମଚାରୀଙ୍କ ଆବଶ୍ୟକତା ରହିଛି । ଶ୍ରଦ୍ଧାଳୁଙ୍କ  ଆବଶ୍ୟକତା ପୂରଣ ଲାଗି ଖୁଚୁରା ବ୍ୟବସାୟ କ୍ଷେତ୍ରରେ  ହାରାହାରି ୧ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି । ଏମାନେ କୁମ୍ଭ ମେଳାରେ ସ୍ଥାନୀୟ ଉତ୍ପାଦ, ଧାର୍ମିକ ସାମଗ୍ରୀ  ଓ ଆବଶ୍ୟକ ଉପକରଣ ଜରିଆରେ ଶ୍ରଦ୍ଧାଳୁଙ୍କୁ ସେବା  ଦେଉଛନ୍ତି । ସୂଚନାଯୋଗ୍ୟ, ବିଶ୍ୱର ସର୍ବବୃହତ ଧାର୍ମିକ  ଆୟୋଜନ ମହାକୁମ୍ଭରେ ଅଦ୍ୟାବଧି ୮.୫ କୋଟି ଶ୍ରଦ୍ଧାଳୁ  ବୁଡ଼ ପକାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.