ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାକୁମ୍ଭର ଭାଇରାଲ ଗର୍ଲ ମୋନାଲିସାଙ୍କ ଚମକିଲା ଭାଗ୍ୟ , ବଲିଉଡ୍‌ରେ ଫିଲ୍ମ କରିବାକୁ କଲେ ସାଇନ୍

Published By : Prameya | January 30, 2025 11:11 PM

ନୂଆଦିଲ୍ଲୀ : ମହାକୁମ୍ଭର ଭାଇରାଲ ଗର୍ଲ ମୋନାଲିସାଙ୍କର ପ୍ରୟାଗରାଜକୁ ଆସିବାରେ ଚମକିଛି ଭାଗ୍ୟ। ମାଳା ବିକ୍ରି କରୁଥିବା ବେଳେ ମୋନାଲିସା ନିଜର ନୀଳ ନୀଳ ଆଖି କାରଣରୁ ଭାଇରାଲ ହୋଇଛନ୍ତି। ଏବେ ମୋନାଲିସାଙ୍କର ବଲିଉଡ୍‌ରେ ଏଣ୍ଟ୍ରି ହୋଇ ଯାଇଛି। ପ୍ରସିଦ୍ଧ ଡାଇରେକ୍ଟର ସନୋଜ ମିଶ୍ର ନିଜର ଆଗାମୀ ଫିଲ୍ମ ପାଇଁ ମୋନାଲିସାଙ୍କୁ ସାଇନ କରିଛନ୍ତି। ଦୁଇ ଜଣ ଅଭିନେତ୍ରୀ ଥିବା ଏହି ଫିଲ୍ମରେ ମୋନାଲିସାଙ୍କର ମଧ୍ୟ ଏଥିରୁ ଗୋଟିଏ ଅର୍ଥାତ୍‌ ଲିଡ୍‌ ରୋଲ୍‌ ରହିବ। ମୋନାଲିସା ମହାକୁମ୍ଭରେ ମାଳା ବିକ୍ରିବା ପାଇଁ ପରିବାର ସହ ଆସି ଥିଲେ। ଏହି ସମୟରେ କିଛି ୟୁଟ୍ୟୁବରମାନେ ଏହାର ଭିଡ଼ିଓ କରିଥିଲେ ଏବଂ ଦେଖୁ ଦେଖୁ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ତାଙ୍କର ଲୋକପ୍ରିୟତା ଏତେ ଅଧିକ ବଢି ଗଲା ଯେ, ତାଙ୍କୁ ନିଜକୁ ଲୁଚାଇବାକୁ ପଡ଼ିଲା। ୟୁଟ୍ୟୁବର ଓ ମିଡ଼ିଆ ଚ୍ୟାନେଲ୍‌ ଏହାପରେ ମଧ୍ୟ ଏହା ପିଛା ନଛାଡ଼ିବାରୁ ତାଙ୍କୁ ପୁଣି ଫେରାର ହୋଇ ନିଜ ଘର ଇନ୍ଦୋରକୁ ଆସିବାକୁ ପଡ଼ିଲା।

ଡାଇରେକ୍ଟର ସନୋଜ ମିଶ୍ର ଗୁରୁବାର ପିଟିଆଇ-ଭାଷାକୁ କହିଛନ୍ତି କି, ସେ ମୋନାଲିସାଙ୍କୁ ନିଜର ଆଗାମୀ ଫିଲ୍ମ ଦ ଡାଏରୀ ଅଫ୍‌ ମଣିପୁର ପାଇଁ ସିଲେକ୍ଟ କରିଛନ୍ତି। ସେ କହିଛନ୍ତି କି, ଏହି ଫିଲ୍ମ ଏକ ପ୍ରେମ କାହାଣୀ ଉପରେ ଆଧାରିତ ଏବଂ ମୋନୋଲିସା ଏହାର ଦୁଇ ନାୟିକାଙ୍କ ମଧ୍ୟରେ ସାମିଲ ହେବେ। ମିଶ୍ରଙ୍କ ମୁତାବିକ ମୋନାଲିସାଙ୍କ ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇ ସେ ତାଙ୍କୁ ନିଜର ଫିଲ୍ମରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି , ମୁଁ ମୋନାଲିସା ଓ ତାଙ୍କ ପରିବାର ଠାରୁ ତାଙ୍କର ଘରକୁ ଯାଇ ସାକ୍ଷାତ କରିଛି। ସେମାନେ ମୋନାଲିସା ମୋ ଫିଲ୍ମରେ କାମ କରିବାକୁ ରାଜି ହୋଇ ଯାଇଛନ୍ତି। 

ସେ କହିଛନ୍ତି କି ଏହା ସତ ଯେ , ମୋନାଲିସା ନିଜ ଜୀବନରେ କେବେ ଅଭିନୟ କରି ନାହାନ୍ତି , କିନ୍ତୁ ଏହାକୁ ସେ ଏକ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି। ମିଶ୍ର କହିଛନ୍ତି କି ଆମେ ଟ୍ରେନିଂ ମାଧ୍ୟମରେ ମୋନାଲିସାଙ୍କୁ ଅଭିନୟର ପ୍ରଶିକ୍ଷଣ ଦେବୁ। ଏହାପରେ ଅପ୍ରେଲରେ ତାଙ୍କ ସହ ଫିଲ୍ମ ଆରମ୍ଭ କରିବେ। ସେ କହିଛନ୍ତି କି, ଏହି ସମୟରେ ସୋସିଆଲ ମିଡ଼ିଆରେ ଅନେକ ଯୁବତୀମାନେ ଶସ୍ତା ଲୋକପ୍ରିୟତା ପାଇବା ପାଇଁ ଅଶ୍ଳୀଳ ରିଲ୍‌ କରୁଛନ୍ତି । ମୁଁ ଲୋକଙ୍କୁ କହିବାକୁ ଚାହୁଁଛି କି ମୋନାଲିସା ଏକ ଗରିବ ପରିବାରର ସୁନ୍ଦରତାରେ ଭରା ଝିଅ ମଧ୍ୟ ମନୋରଞ୍ଜନ ଜଗତରେ କାମ କରି ଆଗକୁ ବଢି ପାରିବ। 

କହି ରଖୁଛୁ କି , ଲକ୍ଷ୍ନୌରେ ରହୁଥିବା ସନୋଜ ମିଶ୍ର ଜଣାଶୁଣା ଲେଖକ ଓ ନିର୍ଦ୍ଦେଶ । ପାଖାପାଖି ୩ଦଶକ ଯାଏ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିବା ସମୟରେ ସନୋଜ ପାଖାପାଖି ୧୫ ଟି ଫିଲ୍ମ ନର୍ମାଣ କରିଛନ୍ତି। ୨୦୨୩ରେ ଡାଇରେକ୍ଟର ସନୋଜ ମିଶ୍ର ଫିଲ୍ମ ଦ ଡାଏରୀ ଅଫ୍‌ ୱେଷ୍ଟ ବେଙ୍ଗଲ ନିର୍ମାଣ କରିବା ପରେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ତାଙ୍କୁ ଲିଗାଲ ନୋଟିସ୍ ପଠାଯାଇ ଥିଲା। ଏଥିରେ କୁହାଯାଇ ଥିଲା କି ସେ ଫିଲ୍ମ ମାଧ୍ୟମରେ ପଶ୍ଚିମ ବଙ୍ଗର ଛବି ବିଗାଡ଼ିବାରୁ ପ୍ରୟାସ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.