ଭୁବନେଶ୍ବର : ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଶୁଣାଣି କରାଯାଇଛି ।ଓଡ଼ିଶା ସରକାରଙ୍କ ପକ୍ଷ ରଖିଥିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଏପ୍ରିଲ୍ ୧୩ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ସମୟ ସରୁଥିବାବେଳେ ୨ ରାଜ୍ୟର ବୈଷୟିକ ଟିମ୍ ଆଲୋଚନା ବିବରଣୀ ଉପସ୍ଥାପନ କରିଛନ୍ତି । ପରବତ୍ତୀ ଶୁଣାଣି ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବ । ଓଡ଼ିଶା ବୈଷୟିକ ଟିମର ସମ୍ପୂର୍ଣ୍ଣ ବିବରଣୀ ଟ୍ରିବ୍ୟୁନାଲରେ ଉପସ୍ଥାପନ କରିଥିଲେ ପୀତାମ୍ବର ।
ଏହାସହ ପଢ଼ନ୍ତୁ : ସୁଭଦ୍ରା ଯୋଜନା: ନୂତନ ଆବେଦନ ପାଇଁ ଏପ୍ରିଲ ୧ରୁ ଆରମ୍ଭ ହେବ ପଞ୍ଜୀକରଣ ପ୍ରକ୍ରିୟା
ଶୁଣାଣି ପୂର୍ବରୁ ହୀରାକୁଦ ଠାରୁ ଆରମ୍ଭ କରି ମହାନଦୀ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲା ଟିମ୍ । ଏହାସହ ଏହି ଟିମ ମାର୍ଚ୍ଚ ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ଯାଇ ସ୍ଥିତି ପରଖିଥିଲା ।ଏଭଳି ଆଲୋଚନା ଏବଂ ବିବାଦ ମଧ୍ୟରେ କେବେ ନ୍ୟାୟ ମିଳିବ ଏହା ଉପରେ ସାଧାରଣ ଜନତାଙ୍କ ନଜର ରହିଛି ।ସମାଧାନର ରାସ୍ତା ବାହାରିପାରୁ ନଥିବାବେଳେ ଏଠି ପ୍ରଶ୍ନ ଉଠୁଛି ଆପୋଷ ସମାଧାନ ପାଇଁ କେବେ ବାଟ ଫିଟିବ ? ଏପଟେ ଓଡ଼ିଶାର ଉଚ୍ଚସ୍ତରୀୟ ଟିମ୍ ଛତିଶଗଡ଼ ଯିବାରେ କାହିଁକି ବିଳମ୍ବ କରୁଛି ? ଜାଣି ଶୁଣି ଛତିଶଗଡ଼ ସମୟ ଦେଉନଥିବା ଆଲୋଚନା ହେଉଛି ।ତେବେ ପରବର୍ତ୍ତୀ ଶୁଣାଣି କ’ଣ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : ପ୍ରଥମେ ପାକିସ୍ତାନକୁ ଝଟକା, ଏବେ ଆମେରିକା ଗସ୍ତରେ ଯିବେ ବାଂଲାଦେଶ ସେନା ମୁଖ୍ୟ