ଭୁବନେଶ୍ୱର, ୨୯/୦୫: ଗୁରୁବାର ସନ୍ଧ୍ୟା ଧୂପ ବଢ଼ିଲେ  ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ନିମନ୍ତେ ଆଦ୍ୟ ନୀତି ମଙ୍ଗଳକୃତ୍ୟ  ଅନଷ୍ଠିତ ହେବ । ସ୍ୱତନ୍ତ୍ର ଶଙ୍ଖୁଡ଼ି  ଭୋଗ ନେଇ ସେବାୟତମାନେ  ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରିବାକୁ  ଯିବେ । ମଙ୍ଗଳକୃତ୍ୟରେ ଯୋଡ଼ି  ମହୁରୀ ଏବଂ ଢାଲ ବାଦ୍ୟକାରଙ୍କ  ସହିତ ପାଳିଆ ବଡୁ, ପୂଜାପଣ୍ଡା, ପତ୍ରି,  ବ୍ରାହ୍ମଣ ସାନ୍ତରା, ବଡୁ ସାନ୍ତରା ସାମିଲ  ହେବେ । ଏମାନେ ବିନ୍ଧ୍ୟବାସିନୀ, କାତ୍ୟାୟିନୀ, ମୋହିନୀ, ଦ୍ୱାରଭାଷିନୀ,  କପାଳୀ, ବୈତାଳି, ରାମାୟଣୀ ଏବଂ  ଉତ୍ତରାୟଣୀଙ୍କୁ ନିମନ୍ତ୍ରଣ କରି ମନ୍ଦିର  ପ୍ରତ୍ୟାବର୍ତ୍ତନ କରିବେ ।

ଶୁକ୍ରବାର  ଠାକୁରଙ୍କ ସମସ୍ତ ନୀତି ବଢ଼ିବା  ପରେ ଗୌରୀଙ୍କ ମନ୍ଦିର ଅଭିମୁଖେ  ବରାନୁଗମନ କରିବେ । ସନ୍ଧ୍ୟାରେ  ସମସ୍ତ ସେବାୟତଙ୍କ ତରଫରୁ  ଭୋଜିଭାତର ଆୟୋଜନ କରାଯିବ ।  ସେହିପରି ମନ୍ଦିର ପ୍ରଶାସନ ମଧ୍ୟ ୨୦୦  ଜଣ ବରଯାତ୍ରୀଙ୍କ ଭୋଜି ପାଇଁ ବ୍ୟବସ୍ଥା କରିଛନ୍ତି । ଏଥର ମଧ୍ୟ ରାସଣିରେ  ଡିଜେ ଆଉ ବାଣକୁ ନିଷିଦ୍ଧ କରାଯାଇଛି।