ନୂଆଦିଲ୍ଲୀ,୧୭/୧୧; ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ  । ଏନେଇ ଆଜି ହେବାକୁ ଥିବା  ଜନସଭା ବୈଠକକୁ ବାତିଲ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।  ସଭା ବାତିଲ କରି ସେ ବାହାରିଛନ୍ତି ନାଗପୁର। ଗଢଚିରୌଲୀ, ବର୍ଧା ଏବଂ ନାଗପୁର ଜିଲ୍ଲାର କାଟୋଲ ଏବଂ ସାବନେରରେ ତାଙ୍କର ସମସ୍ତ ଚାରୋଟି ବୈଠକ ବାତିଲ କରିଥିବା ଜଣାପଡିଛି।  ମଣିପୁର ଘଟଣା ଯୋଗୁଁ ତାଙ୍କ ବୈଠକ ବତିଲ କରାଯାଇଥିବା ସୂଚନା ମିଳିଛି। 

ତେବେ ଅମିତ ଶାହ ଆଜି ଚାରୋଟି ବୈଠକ ପାଇଁ ନାଗପୁର ପହଞ୍ଚିଥିଲେ। ସେ ନାଗପୁରର ରେଡିସନ ବ୍ଲୁ ହୋଟେଲରେ ରହି ସେ ଆଜି ସକାଳ ପାଖାପାଖି ୧୧ଟାରେ ଜନସଭାକୁ ସମ୍ବୋଧିତ କରିବା ଲାଗି ଗଢଚିରୌଲୀ ଗସ୍ତ କରିଥିଲେ । ହେଲେ ଅଚାନକ ତାଙ୍କ ଗସ୍ତକୁ ବାତିଲ କରାଯାଇଥିଲା। ସୂତ୍ର ଅନୁଯାୟୀ, ମଣିପୁର ଘଟଣା ପାଇଁ ଅମିତ ଶାହ ଅଚାନକ ନିଜର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବାତିଲ କରିଦେଇ ସେ  ଦିଲ୍ଲୀକୁ ଫେରିଯାଇଛନ୍ତି। ଏହି ସ୍ଥାନରେ ଅମିତ ଶାହଙ୍କ ପରିବର୍ତ୍ତେ, ସ୍ମୃତି ଇରାନୀ ଏବଂ ଶିବରାଜ ସିଂହ ଚୋହାନଙ୍କ ରାଲି ହେବ ।  ଏହି ଦୁଇ ନେତା ଜନତାଙ୍କୁ ସମ୍ବୋନ୍ଧିତ କରିବେ। ଅମିତ ଶାହଙ୍କ ୪ଟି ସଭାରୁ ୨ଟି ସ୍ମୃତି ଇରାନୀ କରିବାକୁ ଥିବା ବେଳେ  ୨ଟି ସଭା ଶିବରାଜସିଂହ ଚୌହାନ କରିବେ ବୋଲି ଜଣାପଡିଛି ।