• ସ୍କୁଲର ନାଁକୁ ନେଇ ମହାରାଷ୍ଟ୍ର ସରକାରଙ୍କ ସ୍ୱତନ୍ତ୍ର ନିୟମ
  • ସ୍କୁଲ୍ ନାଁରେ ଗୋବ୍ଲାଲ କି ଇଣ୍ଟରନ୍ୟାସନାଲ ଯୋଡ଼ି ପାରିବେ ନାହିଁ
  • ସ୍କୁଲ ଗୁଡ଼ିକ ଯୋଗ୍ୟତା ହାସଲ କରିବାକୁ ପଡ଼ିବ
  • ଏହାର ଉଦ୍ଦେଶ୍ୟ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ସ୍ପଷ୍ଟ କରିବା

ମୁମ୍ୱାଇ : ବିନା ଯୋଗ୍ୟତାରେ ସ୍କୁଲ ଗୁଡ଼ିକ ଗ୍ଲୋବାଲ କିମ୍ୱା ଇଣ୍ଟରନ୍ୟାସନାଲ ଶବ୍ଦ ବ୍ୟବହାର ଉପରେ ରୋକ୍ ଲଗେଇଛନ୍ତି ମହାରାଷ୍ଟ୍ର ସରକାର। ସରକାରୀ ସୂତ୍ରାନୁସାର ମହାରାଷ୍ଟ୍ରରେ ସ୍କୁଲ ଏବେ ନିଜ ନାଁ ସହ ଅନ୍ତର୍ଜାତୀୟ କିମ୍ୱା ବିୈଶ୍ୱିକ ଭଳି ଶବ୍ଦର ବ୍ୟବହାର କରିପାରିବେ ନାହିଁ। ଯେର୍ଯ୍ୟନ୍ତ ସେମାନେ ବିଦେଶରେ କ୍ୟାମ୍ପସ ଅଥବା ଅନ୍ତର୍ଜାତୀୟ ପାଠ୍ୟକ୍ରମ ପ୍ରଦାନ କରିବା ଭଳି କିଛି ବିଶିଷ୍ଟ ଯୋଗ୍ୟତା ମାନଦଣ୍ଡକୁ ପୂରା କରିନଥିବେ। ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ଅଭିଭାବକଙ୍କ ମଧ୍ୟରେ ଭ୍ରମକୁ ରୋକିବା ଓ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ସ୍ପଷ୍ଟ କରିବା।

ମହାରାଷ୍ଟ୍ର ସ୍କୁଲ ଶିକ୍ଷା ବିଭାଗ ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କୁ ନୂଆ ପ୍ରସ୍ତାବ ଓ ବର୍ତ୍ତମାନ ସ୍କୁଲର ଯାଞ୍ଚ କରିବା ଏବଂ ନୂଆ ନିୟମର ପାଳନକୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟତା ମାନଦଣ୍ଡ ଅନୁସାରେ , ସ୍କୁଲ ଗୁଡ଼ିକୁ ନିଜ ନାଁରେ ଅନ୍ତର୍ଜାତୀୟ କିମ୍ୱା ବୈଶ୍ୱିକ ଶବ୍ଦର ପ୍ରୟୋଗ କରିବା ପାଇଁ ଭାରତ ବାହାରେ କ୍ୟାମ୍ପସ ଥିବା କିମ୍ୱା ମାନ୍ୟତା ପ୍ରାପ୍ତ ଅନ୍ତର୍ଜାତୀୟ ପାଠ୍ୟକ୍ରମ ପ୍ରଦାନ କରିବା ଆବଶ୍ୟକ। ଯେଉଁ ସ୍କୁଲ ପୂର୍ବରୁ ଏହି ସବୁ ଶବ୍ଦର ବ୍ଯବହାର କରୁଛନ୍ତି , ଯଦି ସେମାନେ ଯୋଗ୍ୟତା ମନାଦଣ୍ଡକୁ ପୂରଣ କରୁ ନାହାନ୍ତି, ତ ତାଙ୍କୁ ନିଜ ନାଁ ବଦଳାଇବା ପାଇଁ କୁହାଯିବ। ନିୟମର ପାଳନ କରୁ ନଥିବା ସ୍କୁଲ ଗୁଡ଼ିକ ବିରୁଦ୍ଧରେ ନିୟାମକ କାର୍ଯ୍ୟାନୁଷ୍ଠାନ କରାଯାଇ ପାରେ , ଯେଉଁଥିରେ ନାମ ବଦଳାଇବା କିମ୍ୱା ଆଗାମୀ ଯାଞ୍ଚ ଅନ୍ତର୍ଭୁକ୍ତ।

ଏହାସହ ମଧ୍ୟ ପଢନ୍ତୁ : କଏଦୀକୁ ପ୍ରେମ କରି ଫସିଲେ ମହିଳା ଜେଲର , ପ୍ରେମିକକୁ ଗଞ୍ଜେଇ ଓ ମୋବାଇଲ ଦେଉଥିଲେ

ଉଲ୍ଲେଖନୀୟ ଯେ, ଭିନ୍ନ ଭିନ୍ନ ସ୍ଥାନ ଗୁଡ଼ିକରେ ସ୍କୁଲଗୁଡ଼ିକର ନାମରେ ଗ୍ଲୋବାଲ ଓ ଇଣ୍ଟରନ୍ୟାସନାଲ ଯୋଡ଼ିବାର ଟ୍ରେଣ୍ଡ ଚାଲିଛି। କୁହାଯାଉଛି ଯେ, ଏଥିରୁ ଛାତ୍ରଛାତ୍ରୀ ଅଭିଭାବକଙ୍କ ମଧ୍ୟରେ ଖୁବ୍ ଅଧିକ ଦ୍ୱନ୍ଦ୍ୱର ସ୍ଥିତି ସୃଷ୍ଟି ହୋଇଥାଏ। ଏହି କଥାକୁ ଧ୍ୟାନରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛି। ଯଦି ଏହି ନିଷ୍ପତ୍ତି ସଂପୂର୍ଣ୍ଣ ରୂପେ ଲାଗୁ ହୋଇଯାଏ ତ ପୁଣି ସ୍ଥିତି ଖୁବ୍ ଭଲ ହୋଇପାରେ।