ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସିନ୍ଦେ କ୍ୟାମ୍ପରେ ସାମିଲ ହେବେ ଶିବସେନା (ୟୁବିଟି) ଏବଂ କଂଗ୍ରେସର ବିଧାୟକ; ଦାବି କଲେ ମନ୍ତ୍ରୀ ଉଦୟ ସାମନ୍ତ

Published By : Tapas Panda | January 23, 2025 9:36 PM

Image Courtesy: indiatvnews

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାନ ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି (ଏମଭିଏ) ରେ ଫାଟ ସୃଷ୍ଟି ହେବାକୁ ଯାଉଛି । ଏନେଇ ଏକାନାଥ ସିନ୍ଦେଙ୍କ ଶିବସେନାର ନେତା ଏବଂ ରାଜ୍ୟ ମନ୍ତ୍ରୀ ଉଦୟ ସାମନ୍ତ ଦାବି କରିଛନ୍ତି । ଉଦ୍ଧବ ଠାକରେଙ୍କ ଶିବସେନାର ସାଂସଦ ଏବଂ ବିଧାୟକ ସିନ୍ଦେ କ୍ୟାମ୍ପରେ ସାମିଲ ହେବେ , ଏପରିକି କଂଗ୍ରେସର ୫ ବିଧାୟକ ମଧ୍ୟ ଏହି ତାଲିକାରେ ରହିଛନ୍ତି ବୋଲି ଉଦୟ ସାମନ୍ତ କହିଛନ୍ତି । ସେ କହିଛନ୍ତି, ଠାକରେ ଗୋଷ୍ଠୀର ୪ ବିଧାୟକ, ୩ ସାଂସଦ ଏବଂ ୫ କଂଗ୍ରେସ ବିଧାୟକ ଖୁବଶୀଘ୍ର ସିନ୍ଦେ କ୍ୟାମ୍ପରେ ଯୋଗ ଦେବେ । 

ଆସନ୍ତାକାଲି (ଶୁକ୍ରବାର) ମିଶ୍ରଣ ପର୍ବ ହେବ ବୋଲି ସେ ଦାବି କରିଛନ୍ତି । ଉଦୟ ସାମନ୍ତ କହିଛନ୍ତି, ‘କାଲିଠୁ ଠାକରେ ଗୋଷ୍ଠୀର ପତ୍ତନ ଆରମ୍ଭ ହେବ ବୋଲି ମୁଁ ପୂର୍ବରୁ କହିଥିଲି । ଏହାର ଟ୍ରେଲର ଶୁକ୍ରବାର ଦେଖିବାକୁ ମିଳିବ ।ସେପଟେ ଏହି ମିଶ୍ରଣ ପର୍ବ ନେଇ ସମ୍ଭାବ୍ୟ ସମସ୍ୟା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହ କାଲି ଆଲୋଚନା କରାଯିବ ।’ 

ସେପଟେ ଶିବେସେନା (ସିନ୍ଦେ) ଏବଂ ମହାୟୁତିକୁ ସମାଲୋଚନା କରିବା ଜାରି ରଖିଲେ ଶିବସେନା (ୟୁବିଟି)‌ରେ ବିଧାୟକ ସଂଖ୍ୟା ୨୦ରୁ ୨କୁ ଖସିଆସିବ ବୋଲି ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଗତ ନିର୍ବାଚନରେ ଶିବସେନା (ୟୁବିଟି)କୁ ଲୋକେ ଉଚିତ ଜବାବ ଦେଇଥିଲେ । ଏବେ ଦଳକୁ ଆତ୍ମ ସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସିନ୍ଦେ କହିଛନ୍ତି । 

 ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା (ୟୁବିଟି) ୨୦, କଂଗ୍ରେସ ୧୬ ଏବଂ ଏନସିପି ୧୦ ଆସନରେ ବିଜୟୀ ହୋଇଥିଲେ । ସେହିଭଳି ବିଜେପି-ଶିବସେନା(ଏକାନାଥ ସିନ୍ଦେ) ଏବଂ ଏନସିପି (ଅଜିତ ପାଓ୍ବାର) ବା ମହାୟୁତି ୨୩୦ ଆସନରେ ବିଜୟ ହାସଲ କରିଥିଲା । ରାଜ୍ୟରେ ଏବେ ମହାୟୁତି ସରକାର ଥିବା ବେଳେ ବିରୋଧୀ ଏମଭିଏରେ ହଲଚଲ ଆରମ୍ଭ ହୋଇଥିବା କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.