ନୂଆଦିଲ୍ଲୀ: ବିବାହିତା ମହିଳାଙ୍କୁ ବାୟା କଲା ପରପୁରୁଷ । ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ପ୍ରେମରେ ହେଲେ ପାଗଳ । ଶେଷରେ ସ୍ବାମୀଙ୍କୁ କରେଣ୍ଟ ଲଗାଇ ମାରିବାକୁ ପ୍ରୟାସ କଲେ ମହିଳା । ସୌଭାଗ୍ୟ ବଶତଃ ତାଙ୍କ ସ୍ବାମୀଙ୍କ ଜୀବନ ବଞ୍ଚିଯାଇଛି । ମହାରାଷ୍ଟ୍ରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ନିକଟରେ ଏହି ମାମଲା ପହଞ୍ଚିଥିବାବେଳେ ତଦନ୍ତ ଆରମ୍ଭ ହୋଇଛି ।

ଗଜାନନ ନାମକ ଯୁବକ ମୃତ୍ୟୁ ମୁଖରୁ ବଞ୍ଚିଥିବା ଜଣାପଡ଼ିଛି । ସେ କହିଛନ୍ତି କି, ମୋ ସ୍ତ୍ରୀର ଅଲଗା ପୁରୁଷ ସହ ସମ୍ପର୍କ ରହିଛି । ସେ ପ୍ରେମିକ କଥାରେ ମୋତେ ମାରିବା ପାଇଁ ଯୋଜନା କରିଥିଲେ । ଦୀର୍ଘଦିନ ହେବ ଏଭଳି କରି ଆସୁଥିଲେ । ସେ ଆମ ଗାଁର ବିଷ୍ଣୁଙ୍କ ସହ ଖରାପ ସମ୍ପର୍କରେ ରହିଛନ୍ତି । ଯେଉଁ କାରଣରୁ ମୋତେ ରାସ୍ତାରୁ ହଟାଇବା ପାଇଁ ସେମାନେ ଦୀର୍ଘଦିନ ହେବ ଯୋଜନା କରୁଥିଲେ ।

ରାତିରେ ଗଜାନନ ଶୋଇଥିବାବେଳେ ରାତି ୨ଟାରେ କରେଣ୍ଟ ତାର ଲଗାଇ ମାରିବା ପାଇଁ ଯୋଜନା କରିଥିଲେ । ତେବେ କରେଣ୍ଟ ଲାଗିବା ପରେ ଗଜାନନ ଯନ୍ତ୍ରଣା ପାଇଁ ଉଠି ପଡ଼ିଥିଲେ । ଏହାପରେ ସେ ଉଠି ନିଜର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ପରେ ଏନେଇ ଥାନାରେ ମାମଲା କରିବା ପରେ ପତ୍ନୀ ଏବଂ ତାଙ୍କ ପ୍ରେମିକ ବିଷ୍ଣୁଙ୍କୁ ଗିରଫ କରିଛି ପୁଲିସ ।

ଏହାସହ ପଢ଼ନ୍ତୁ : ଦ୍ରୁତତମ ଅର୍ଦ୍ଧଶତକର ଶ୍ରେୟ ଧୋନୀଙ୍କୁ ଦେଲେ ଉର୍ବିଲ୍, କହିଲେ ମାହିଭାଇ ଦେଇଥିଲେ ଏହି ପରାମର୍ଶ