ନୂଆଦିଲ୍ଲୀ: ଲକ୍ଷ୍ନୌ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ଚେନ୍ନାଇ ସୁପରକିଙ୍ଗ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଉର୍ବିଲ ପଟେଲ । ରବିବାର ଖେଳାଯାଇଥିବା ଏହି ମୁକାବିଲାରେ ଚେନ୍ନା ବିଜୟ ହିରୋ ପାଲଟିଥିଲେ ଉର୍ବିଲ । ସେ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ସେ ମାତ୍ର ୧୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ସଫଳତା ପରେ ଶ୍ରେୟ ଦେଇଛନ୍ତି ଧୋନୀଙ୍କୁ ।
ଉର୍ବିଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୨ ବଲରୁ ୨୪ ରନ୍ କରିଥିବାବେଳେ ଦିଲ୍ଲୀ ବିପକ୍ଷରେ ୯ ବଲରୁ ୧୭ ରନ କରିଥିଲେ । ଯଦିଓ ସେ ବଡ଼ ସଟରୁ ଆରମ୍ଭ କରୁଥିଲେ ମାତ୍ର ଏହାକୁ ବଡ଼ ପାଳିରେ ପରିଣତ କରିବାରେ ବିଫଳ ହେଉଥିଲେ । ଏହାପରେ ସେ ଧୋନୀଙ୍କ ପାଖକୁ ଯାଇଥିଲେ ଏବଂ ଏ ସମ୍ପର୍କରେ କହିଥିଲେ । ମାହି ତାଙ୍କୁ ପରାମର୍ଶ ଦେଇଥିଲେ ଏବଂ ଏହି ପରାମର୍ଶ ନେବା ପରେ ସେ ସଫଳ ହୋଇଥିବା କହିଛନ୍ତି ।
ଧୋନୀ ତାଙ୍କୁ କହିଥିଲେ କି, ମୋର ତୁମ ଦକ୍ଷତା ଉପରେ କୌଣସି ସନ୍ଦେହ ନାହିଁ । କିନ୍ତୁ ତୁମ ମନରେ ରହିଛି । ମାନସିକ ଭାବେ ସ୍ପଷ୍ଠ ରୁହ ଏବଂ ଠିକ୍ ବଲ୍ ଦେଖି ମାରିବା ପାଇଁ ଚେଷ୍ଟା କର । ଆଉ ମୁଁ ସେମିତି କରିଥିଲି ଆଉ ତାଙ୍କ ପରାମର୍ଶ ଆଣିବା ପରେ ୨୩ ବଲରେ ୬୫ ରନ କରିବାରେ ସକ୍ଷମ ହୋଇଛନ୍ତି । ଏହାସହ ସେ କହିଛନ୍ତି କି, ମୋ ବାପା ମୋତେ କୁହନ୍ତି ତୁ ବ୍ୟାଟିଂ କରିବା ବେଳେ ଦେଖିବାକୁ ଭଲଲାଗେ । ତୁ ସେମିତି ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ଜାରି ରଖେ ।
ଏହାସହ ପଢ଼ନ୍ତୁ : ୨୧ ଏପ୍ରିଲରେ ବାହାଘର, ୮ ମେ’ରେ ଗହଣା ଧରି ପ୍ରେମିକ ସହ ଫେରାର