ମହାଶିବରାତ୍ରୀରେ ଶିବ ମନ୍ଦିରରେ ଲାଗିଥିଲା ଭିଡ । କିଏ ଦୀପ ଜାଳୁଥିଲେ, ତ କିଏ ଶିବଲିଙ୍ଗ ଉପରେ କ୍ଷୀର ଢାଳୁଥିଲେ । କିଏ ମହାଦେବଙ୍କ ପାଖରେ ମାନସିକ କରୁଥିଲେ, କିଏ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ପରଷୁଥିଲେ । ‘ଓଁ ନମଃ ଶିବାୟ’ରେ କମ୍ପୁଥିଲା ସମ୍ପୂର୍ଣ୍ଣ ପରିବେଶ । ଦିନ ପରେ ସନ୍ଧ୍ୟାରେ ବି ଗହଳି ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ମନ୍ଦିର ପରିସରରେ ଦୀପ ଜାଳିଥିଲେ । ଜାଗର ପାଇଁ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ମହାଦୀପ ଉଠିବା ପର୍ଯ୍ୟନ୍ତ ଭକ୍ତମାନେ ସେମିତି ବସିରହିଥିଲେ । ଦୀପ ଉଠିବା ପରେ ହରିବୋଲ, ହୁଳହୁଳି ନାଦରେ କମ୍ପିଥିଲା ମନ୍ଦିର । ପରେ ଭକ୍ତମାନେ ମହାଦୀପ ଦର୍ଶନ କରି ପ୍ରସାଦ ସେବନ କରିଥିଲେ । ରବିବାର ମହାଶିବରାତ୍ରୀ ଅବସରରେ ଶିବମୟ ହୋଇପଡ଼ିଥିଲା ରାଜଧାନୀ ଭୁବନେଶ୍ୱର ।

 

ଶ୍ରୀଲିଙ୍ଗରାଜ ମନ୍ଦିରରେ ଶିବଙ୍କ ବେଶରେ କୁନି ଶ୍ରଦ୍ଧାଳ

ଶ୍ରୀଲିଙ୍ଗରାଜ ମନ୍ଦିର ପରିସର ଛାଇରେ ଆଶ୍ରିତ ଶ୍ରଦ୍ଧାଳୁ

ବ୍ୟାରିକେଡ୍‌ରେ ଅପେକ୍ଷା କରିକରି ତଳେ ବସି ଥକା ମାରୁଛନ୍ତି ଶ୍ରଦ୍ଧାଳୁ

ଦକ୍ଷିଣ କବାଟ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ

ସେବାୟତଙ୍କୁ ନାଲିଆଖି ଦେଖାଇ ହଟହଟା

ଶ୍ରୀଲିଙ୍ଗରାଜ ମନ୍ଦିରଠାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି