ମୁମ୍ବାଇ,୩୧/୫ : ଆଇପିଏଲର ଫାଇନାଲ୍ କ୍ରିକେଟର ସବୁଠାରୁ ବଡ଼ ମ୍ୟାଚରୁ ଗୋଟିଏ । ଏହା ମଧ୍ୟରେ ୨୦୨୬ର ଫାଇନାଲକୁ ନେଇ ସବୁଆଡ଼େ ଚର୍ଚ୍ଚା ଦେଖିବାକୁ ମିଳୁଛି । କିନ୍ତୁ ଏଥର ମ୍ୟାଚରେ କେବଳ କ୍ରିକେଟ ନୁହେଁ ବରଂ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିର ବି କମାଲ୍ ସଂଯୋଗ ଦେଖିବାକୁ ମିଳିଛି । ଫାଇନାଲ୍ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା କିଛି ଫ୍ୟାନ୍ସ ସାଉଥ ସୁପରଷ୍ଟାର୍ ମହେଶ ବାବୁଙ୍କ ମୋଷ୍ଟ ଏଣ୍ଟିସିପେଟେଡ ଫିଲ୍ମ ‘ବାରଣାସୀ’ର ପୋଷ୍ଟର ନେଇ ପହଞ୍ଚିଥିଲେ, ଫଳରେ ସୋସିଆଲ ମିଡ଼ିଆରେ ଏହି ଫିଲ୍ମର ଚର୍ଚ୍ଚା ଏବେ ଜୋରଦାର ଚାଲିଛି ।

ମହେଶ ବାବୁ ନିଜ ଅପକମିଂ ଫିଲ୍ମ ‘ବାରଣାସୀ’କୁ ନେଇ ଲମ୍ବା ସମୟରୁ ଚର୍ଚ୍ଚାରେ ଅଛନ୍ତି । ଅଭିନେତାଙ୍କ ଫ୍ୟାନ୍ସ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଆଇପିଏଲ୍ ୨୦୨୬ର ଫାଇନାଲରେ ବି ଫ୍ୟାନ୍ସଙ୍କ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଟାଣି ନେଇଛନ୍ତି ।

ପ୍ରକାଶ ଯେ, ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା କିଛି ଲୋକ ହାତରେ ମହେଶ ବାବୁଙ୍କ ଫିଲ୍ମ ‘ବାରଣାସୀ’ର ପୋଷ୍ଟର ନେଇଥିବା ନଜର ଆସିଛନ୍ତି। ଏହି ପୋଷ୍ଟରରେ ଫିଲ୍ମର ରିଲିଜ୍ ଡେଟ୍ ବି ଲେଖାଯାଇଛି । ଏହାସହ ଲେଖାଯାଇଛି କି ଏହା ଭାରତର ସବୁଠାରୁ ବଡ଼ ଫିଲ୍ମ ଅଟେ ।