ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଟିଏମସି ସାଂସଦ ମହୁଆ ମୈତ୍ର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ବିଜେପି ସମର୍ଥକମାନେ ତାଙ୍କ ଉପରକୁ ଜାଣିଶୁଣି ଅଣ୍ଡା-ବାଇଗଣ ମାଡ଼ କରୁଥିବା ଅଭିଯୋଗ କରିଛନ୍ତି । ନାଦିଆର କାଳିଗଞ୍ଜରେ ଥିବା ପାର୍ଟି ଅଫିସ ଉପରେ ଅଣ୍ଡା-ବାଇଗଣ ଫେପାଡ଼ା ଯାଇଛି । ସୋସିଆଲ ମିଡିଆରେ ଏ ସମ୍ପର୍କରେ ପୋଷ୍ଟ କରି କହିଛନ୍ତି କି, ପୁଲିସକୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ବହୁ ବିଳମ୍ବରେ ପହଞ୍ଚିଥିଲେ ।
Currently being attacked by @bjp4india goons with @wbpolice watching on.@MamataOfficial @RahulGandhi @akhliesh @supriya_sule @mkstalin @ArvindKejriwal pic.twitter.com/eD2gYU0NPx
— Mahua Moitra (@MahuaMoitra) July 1, 2026
ଯଦିଓ ପୁଲିସ ପହଞ୍ଚିଥିଲା ତଥାପି ପୁଲିସ ନିରବଦ୍ରଷ୍ଟା ସାଜିଥିଲା ଏବଂ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି କହିଛନ୍ତି ମହୁଆ । ସେ ଫେସବୁକରେ ଆସି ପ୍ରକାଶ କରିଛନ୍ତି ପୁଲିସ ନିଜର ଦାୟିତ୍ବ ବହନ କରିବାରେ ବିଫଳ ହୋଇଛି । ପୁଲିସ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାବେଳେ କ୍ଷୋଭ ପ୍ରକାଶ କରିଛନ୍ତି ।
Hello @DGPWestBengal @WBPolice past 2 hours & your police is watching the fun & not dispersing the mob. They want me to flee & they will pelt eggs /stones while I enter my car. Please do your job. Disperse the mob. Am in NH Dhaba Plassey. pic.twitter.com/PWmjuJEnaH
— Mahua Moitra (@MahuaMoitra) July 1, 2026
ସେପଟେ ଏହି ସମୟରେ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗରେ ବିରୋଧୀ ଉପରେ ବଢ଼ୁଥିବା ଅଣ୍ଡାମାଡ଼ ଘଟଣାକୁ ନିନ୍ଦା କରିଛନ୍ତି । ମଙ୍ଗଳବାର ଏକ ଜନସ୍ବାର୍ଥ ମାମଲାର ଶୁଣାଣିବେଳେ କୋର୍ଟ କହିଛନ୍ତି କି, ରାଜ୍ୟରେ ହେଉଥିବା ଅଣ୍ଡାମାଡ଼ ଘଟଣାରେ ପୁଲିସ ହସ୍ତେକ୍ଷପ କରିବା ଜରୁରୀ । ପ୍ରତ୍ୟେକ ମାମଲା ପଞ୍ଜିକରଣ ହେବା ବାଧ୍ୟତାମୂଳକ ।
କୋଲକାତା ହାଇକୋର୍ଟ ରାଜ୍ୟର ଶୁଭେନ୍ଦୁ ସରକାରଙ୍କୁ ଜୁଲାଇ ୨୦ ତାରିଖ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ରାଜ୍ୟରେ ଏଯାବତ କେତେ ଅଣ୍ଡାମାଡ଼ ଘଟଣା ଘଟିଛି ଏବଂ ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ନିଆଯାଇଛି ଏହାର ବିସ୍ତୃତ ରିପୋର୍ଟ ପ୍ରକାଶ କରିବାକୁ କୁହାଯାଇଛି । ଏହାସହ ପରବର୍ତ୍ତୀ ସମୟରେ ଯେଭଳି ଏଭଳି ଘଟଣା ନ ଘଟେ ଏହା ଉପରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ପଢ଼ନ୍ତୁ : ଅମିଷା ନୁହେଁ ଏହିସବୁ ନାୟିକା ଥିଲେ ପ୍ରଥମ ପସନ୍ଦ, ଜାଣନ୍ତୁ ‘ଗଦର’ରେ କେମିତି ଅଭିନୟ କଲେ ଅମରିଶ ପୁରୀ