କଟକ,୧୩/୦୬: କଟକ ସହରରେ ପ୍ରଥମ ଥର ପାଇଁ ବିଶ୍ୱପ୍ରସିଦ୍ଧ କଥାବାଚକ  ଇନ୍ଦ୍ରେଶଜୀ ମହାରାଜଙ୍କ ଦ୍ୱାରା ଶ୍ରୀମଦ ଭାଗବତ କଥା ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା  ୨୦ ତାରିଖରୁ ଆରମ୍ଭ ହେବ । ସନ୍‌ସାଇନ୍‌  ଖେଳ ପଡ଼ିଆରେ ୭ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ୨୬ ତାରିଖରେ  ଉଦ୍‌ଯାପିତ ହେବ । ଶ୍ରୀମଦ ଭାଗବତ କଥା ହିନ୍ଦୁ ଧର୍ମର ଏକ ପବିତ୍ର ଗ୍ରନ୍ଥ ହୋଇଥିବା  ବେଳେ ଏହାର ପ୍ରବଚନ ମାଧ୍ୟମରେ ଭଗବାନ  ଜଗନ୍ନାଥଙ୍କ ଲୀଳା, ଭକ୍ତି, ଧର୍ମ, ନୈତିକତା ଓ  ମାନବୀୟ ମୂଲ୍ୟବୋଧ ସମ୍ପର୍କରେ ଇନ୍ଦ୍ରେଶଜୀ  ମହାରାଜ ଶ୍ରଦ୍ଧାଳୁମାନଙ୍କୁ ଅବଗତ କରାଇବେ ।  

କାର୍ଯ୍ୟକ୍ରମରେ କଟକ ସମେତ ବିଭିନ୍ନ ଜିଲ୍ଲାରୁ  ପ୍ରାୟ ୨୦ରୁ ୨୫ ହଜାର ଶ୍ରଦ୍ଧାଳୁ ଯୋଗଦେବାର  ସମ୍ଭାବନା ରହିଛି। ବହୁ ସଂଖ୍ୟକ ଭକ୍ତଙ୍କ  ସମାଗମକୁ ଦୃଷ୍ଟିରେ ରଖି ବସିବା  ବ୍ୟବସ୍ଥା,  ପାନୀୟ ଜଳ,ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ  ସୁବିଧାର ବ୍ୟାପକ ପ୍ରସ୍ତୁତି କରାଯାଇଛି  ବୋଲି ଆୟୋଜକ ଗୁପ୍ତା ପରିବାର ଏବଂ  ଏସ୍‌ଜିବିଏଲ୍‌ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ :-  Cuttack Khilipan: କଟକିଆଙ୍କ ଖିଲିପାନରେ ନିଆରା ରୋମାଞ୍ଚ, ପାଟିରେ ପଶିଲେ ଜମିବ ଖଟି, ରାଜ୍ୟ ଛାଡ଼ି ଦେଶ ବିଦେଶରେ ପହଞ୍ଚିଯିବ ଗପ