ନୂଆଦିଲ୍ଲୀ,୧୯।୨: ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମୋଇତ୍ରା ଓ ତାଙ୍କର ପୂର୍ବତନ ପ୍ରେମିକ ଜୟ ଅନନ୍ତ ଦେହାଦ୍ରଇଙ୍କ ମଧ୍ୟରେ ଆଇନଗତ ଲଢେଇ ଚାଲିଛି। ଏହି ବିବାଦ ତାଙ୍କର ପୋଷା କୁକୁର ‘ହେନେରୀ’(ରଟଭିଲର ପ୍ରଜାତି) କୁ କଷ୍ଟଡିରେ ନେବାକୁ ନେଇ ରହିଛି। ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ସେ ସାକେତ କୋର୍ଟଙ୍କ ସେହି ରାୟକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଯେଉଁଥିରେ ତାଙ୍କୁ ତାଙ୍କର ପୋଷା କୁକୁର ହେନେରୀର ଅନ୍ତରୀଣ କଷ୍ଟଡି ଦେବାକୁ ମନା କରାଯାଇଥିଲା।

ଗୁରୁବାର ଜଷ୍ଟିସ୍ ମନୋଜ କୁମାର ଓହରୀ ଏହି ଆବେଦନ ଉପରେ ଶୁଣାଣି କରିଛନ୍ତି। କୋର୍ଟ ମହୁଆଙ୍କ ପୂର୍ବତନ ପ୍ରେମିକ ଏବଂ ଓକିଲ ଜୟ ଅନନ୍ତ ଦେହାଦ୍ରଇଙ୍କୁ ନୋଟିସ୍ ଜାରି କି ତାଙ୍କର ଜବାବ୍ ମାଗିଛନ୍ତି। ମାମଲାର ଆଗାମୀ ଶୁଣାଣି ୨୯ ଏପ୍ରିଲକୁ ଧାର୍ଯ୍ୟ କରାଯାଇଛି। ଶୁଣାଣି ବେଳେ ଦେହାଦ୍ରଇ ବ୍ୟକ୍ତିଗତ ରୂପରେ ହାଜର ହୋଇଥିଲେ ଓ ସେ ତର୍କ ଦେଇଥିଲେ ଯେ ମହୁଆଙ୍କ ଏହି ଆବେଦନକୁ ଆରମ୍ଭରୁ ହିଁ ଖାରଜ କରିଦେବା ଦରକାର।

ଏହି ପୋଷା କୁକୁର ବିବାଦ ଦୁହିଁଙ୍କ ଭିତରେ ଚାଲିଥିବା ଏକ ବଡ଼ ଆଇନଗତ ଓ ରାଜନୈତିକ ବିବାଦର ଅଂଶ। ବିବାଦର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ଦେହାଦ୍ରଇ ଅଭିଯୋଗ କରିଥିଲେ ମହୁଆ ମୋଇତ୍ରା ସଂସଦରେ ପ୍ରଶ୍ନ ପଚରାଯିବା ବଦଳରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିଲେ। ଦେହାଦ୍ରଇ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି,ମହୁଆ ନିଜର ଲୋକସଭାର ଲଗଇନ୍ କ୍ରେଡେନସିଆଲ୍ସ ହୀରାନନ୍ଦାନୀଙ୍କୁ ଦେଇଥିଲେ। ଯାହାଫଳରେସେ ନିଜର ପସନ୍ଦଯୋଗ୍ୟ ପ୍ରଶ୍ନ ସିଧାସଳଖ ପୋଷ୍ଟ କରିପାରିବେ। ଅଭିଯୋଗ ରହିଛି ଯେ,ତାଙ୍କଦ୍ବାରା ପଚରା ଯାଇଥିବା ୬୧ ପ୍ରଶ୍ନ ଭିତରୁ ୫୦ ଟି ହୀରାନନ୍ଦାନୀଙ୍କ ଥିଲା। ଏହି ଅଭିଯୋଗ ଆଧାରରେ ଲୋକସଭାର ଆଚାର କମିଟି ଯାଞ୍ଚ କରିଥିଲା ଓ ତାଙ୍କୁ ନିଷ୍କାସିତ କରିବାର ସୁପାରିଶ କରିଥିଲା। ପରିମାଣ ସ୍ବରୂପ ୮ ଡିସେମ୍ବର ୨୦୨୩ ରେ ମହୁଆ ମୋଇତ୍ରାଙ୍କୁ ସଂସଦରୁ ବହିଷ୍କୃତ ହୋଇଥିଲେ। ଏହି ମାମଲାର ମଧ୍ୟ ସିବିଆଇ ତଦନ୍ତ କରାଯାଇଥିଲା।

ତେବେ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ମହୁଆ। ସେ ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି କହିଥିଲେ।ସେ ସ୍ବିକାର କରିଥିଲେ ଯେ, ହୀରାନନ୍ଦାନି ତାଙ୍କର ବନ୍ଧୁ, କିନ୍ତୁ କୌଣସି ପ୍ରକାର ଅର୍ଥ କାରବାର ଆମ ଭିତରେ ହୋଇନି। ମହୁଆ ମୋଇତ୍ରା ଦେହାଦ୍ରଇ ଓ ନିଶିକାନ୍ତ ଦୁବେଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ। ତେବେ ମାର୍ଚ୍ଚ ୨୦୨୪ ରେ ଦିଳ୍ଳୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଆଶ୍ବସ୍ଥି ଦେବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବରେ ଭୁଲନୁହେଁ। ମହୁଆ ନିଜରୀ ଲଗଇନ୍ କ୍ରେଡେନସିଆଲ୍ସ ସେୟାର କରିଥିଲେ ଏବଂ ଉପହାର ନେଇଥିଲେ। ବର୍ତ୍ତମାନ ଏହି ମାମଲା ଏବେ ବି କୋର୍ଟରେ ବିଚାରଧୀନ ରହିଛି।