ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଇଲେକ୍ଟ୍ରିକ୍ ସବ୍‌ଷ୍ଟେସନ୍‌ରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାଉଛନ୍ତି ୧୫ ଅଗ୍ନିଶମ ଗାଡି ଓ ୧୦୦ କର୍ମଚାରୀ

Published By : Prameya | April 29, 2025 3:35 PM

ନୂଆଦିଲ୍ଲୀ,୨୯।୪: ଲଣ୍ଡନରେ ଭଙ୍କୟର  ବିସ୍ଫୋରଣ ପରେ ଅଗ୍ନିକାଣ୍ଡ। ଯାହା ଫଳରେ ସମ୍ପୂର୍ଣ୍ଣ ଆକାଶ କଳା ଧୂଆଁରେ ହୋଇଯାଇଥିଲା ପରିପୂର୍ଣ୍ଣ । ଲଣ୍ଡନ ଅଗ୍ନିଶମ ବାହିନୀ ରିପୋର୍ଟ ଅନୁସାରେ, ୱେଷ୍ଟମିନିଷ୍ଟରର ଭିକ୍ଟୋରିଆ ପାସେଜରେ ଥିବା ଏକ ଇଲେକ୍ଟ୍ରିକ୍ ସବଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୧୫ଟି  ଅଗ୍ନିଶମ ଗାଡ଼ି ଏବଂ ପ୍ରାୟ ୧୦୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରବଳ ଧୂଆଁ କାରଣରୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ  ନିଶ୍ୱାସ ନେବାରେ କଷ୍ଟ ଅନୁଭବ ‌ହେଉଛି। ଏହି କାରଣରୁ ଲୋକଙ୍କୁ ନିଜ ନିଜର ‌   ଝରକା ବନ୍ଦ ରଖିବାକୁ କୁହାଯାଇଛି।

ଅଗ୍ନିଶମ ସେବା ନିଶ୍ଚିତ କରିଛି ଯେ ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିଲା, ଯାହା ପାଖରେ ଥିବା ଆବାସିକ ବିଲ୍ଡିଂର ଛାତର ଏକ ଅଂଶକୁ ବ୍ୟାପି ଯାଇଥିଲା। ୱାରୱିକ୍ ଆଭେନ୍ୟୁରୁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି।  କିଛି ଲୋକ ସୋସିଆଲ ମିଡିଆରେ ଅଗ୍ନିକାଣ୍ଡର ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି।  

ସକାଳ ପ୍ରାୟ ୫ଟା ୨୯ ମିନିଟ୍‌ରେ  ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏପର୍ଯ୍ୟନ୍ତ  ସେବେଠାରୁ ନିଆଁ ଲିଭାଯାଉଛି। ଷ୍ଟେସନ କମାଣ୍ଡର, ପଲ ମୋର୍ଗାନ୍, ଦି ମିରରକୁ କହିଛନ୍ତି, ନିଆଁ ଲାଗିବା କାରଣରୁ କଳା ଓ ମୋଟା ଆସ୍ତରଣ ଧୂଆଁ ବାହାରୁଛି। ସ୍ଥାନୀୟ ବାସିନ୍ଦାମାନଙ୍କୁ ସେମାନଙ୍କର ଝରକା ଏବଂ ଦ୍ୱାର ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.