ନୂଆଦିଲ୍ଲୀ,୨୯।୪: ଲଣ୍ଡନରେ ଭଙ୍କୟର  ବିସ୍ଫୋରଣ ପରେ ଅଗ୍ନିକାଣ୍ଡ। ଯାହା ଫଳରେ ସମ୍ପୂର୍ଣ୍ଣ ଆକାଶ କଳା ଧୂଆଁରେ ହୋଇଯାଇଥିଲା ପରିପୂର୍ଣ୍ଣ । ଲଣ୍ଡନ ଅଗ୍ନିଶମ ବାହିନୀ ରିପୋର୍ଟ ଅନୁସାରେ, ୱେଷ୍ଟମିନିଷ୍ଟରର ଭିକ୍ଟୋରିଆ ପାସେଜରେ ଥିବା ଏକ ଇଲେକ୍ଟ୍ରିକ୍ ସବଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୧୫ଟି  ଅଗ୍ନିଶମ ଗାଡ଼ି ଏବଂ ପ୍ରାୟ ୧୦୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରବଳ ଧୂଆଁ କାରଣରୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ  ନିଶ୍ୱାସ ନେବାରେ କଷ୍ଟ ଅନୁଭବ ‌ହେଉଛି। ଏହି କାରଣରୁ ଲୋକଙ୍କୁ ନିଜ ନିଜର ‌   ଝରକା ବନ୍ଦ ରଖିବାକୁ କୁହାଯାଇଛି।

ଅଗ୍ନିଶମ ସେବା ନିଶ୍ଚିତ କରିଛି ଯେ ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିଲା, ଯାହା ପାଖରେ ଥିବା ଆବାସିକ ବିଲ୍ଡିଂର ଛାତର ଏକ ଅଂଶକୁ ବ୍ୟାପି ଯାଇଥିଲା। ୱାରୱିକ୍ ଆଭେନ୍ୟୁରୁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି।  କିଛି ଲୋକ ସୋସିଆଲ ମିଡିଆରେ ଅଗ୍ନିକାଣ୍ଡର ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି।  

ସକାଳ ପ୍ରାୟ ୫ଟା ୨୯ ମିନିଟ୍‌ରେ  ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏପର୍ଯ୍ୟନ୍ତ  ସେବେଠାରୁ ନିଆଁ ଲିଭାଯାଉଛି। ଷ୍ଟେସନ କମାଣ୍ଡର, ପଲ ମୋର୍ଗାନ୍, ଦି ମିରରକୁ କହିଛନ୍ତି, ନିଆଁ ଲାଗିବା କାରଣରୁ କଳା ଓ ମୋଟା ଆସ୍ତରଣ ଧୂଆଁ ବାହାରୁଛି। ସ୍ଥାନୀୟ ବାସିନ୍ଦାମାନଙ୍କୁ ସେମାନଙ୍କର ଝରକା ଏବଂ ଦ୍ୱାର ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି।’