ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚୀନ ଖେଳନାକୁ ଟକ୍କର ଦେବ ଭାରତ, ଖେଳନା ଶିଳ୍ପରେ ହେବ ଗ୍ଲୋବାଲ୍ ହବ୍

Published By : Rasmita Pradhan | February 1, 2025 12:10 PM

ନୂଆଦିଲ୍ଲୀ, ୦୧/୦୨ : ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଦସ୍ତାବିଜ୍ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତର ଅଷ୍ଟମ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଭାଷଣରେ ଖେଳନା ଶିଳ୍ପ ଉପରେ ଗୁରୁତ୍ଵ ଦେଇଛନ୍ତି ଅର୍ଥମନ୍ତ୍ରୀ। ସେ କହିଛନ୍ତି ଯେ, ଖେଳନା ଶିଳ୍ପର ଗ୍ଲୋବାଲ୍ ହବ୍ ହେବ ଭାରତ। ମେଡ୍ ଇନ୍ ଇଣ୍ଡିଆ ବ୍ରାଣ୍ଡ୍‌ର ପ୍ରତିନିଧିତ୍ଵ କରାଯିବ। ଉଚ୍ଚମାନର ଏବଂ ଅଭିନବ ଖେଳନା ଉତ୍ପାଦନ ହେବ। ଏବେ ଚୀନ୍ ଖେଳନାରେ ଭାରତ ବଜାର ପରିପୂର୍ଣ୍ଣ। ଏପରି ସ୍ଥିତିରେ, ଚୀନ୍ ଖେଳଣା ବଜାର ସହିତ ପ୍ରତିଯୋଗିତା କରିବା ପାଇଁ ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ।

ଏହି ଖବରଟିକୁ ପଢନ୍ତୁ-ଚାଷୀଙ୍କୁ ଭେଟି; ବଢିଲା କିସାନ କ୍ରେଡିଟ୍ କାର୍ଡ ଲିମିଟ୍, ଆରମ୍ଭ ହେବ ପିଏମ୍ ଧନଧାନ୍ୟ ଯୋଜନା

ଉଲ୍ଲେଖନୀୟ ଯେ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବ୍ରିଟିଶ ଖେଳନା ବ୍ରାଣ୍ଡ ହାମଲିଜ୍ କିଣିସାରିଛି। ହାମଲିଜ୍ ସହିତ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ରୋୱାନ୍ ନାମକ ଏକ ଖେଳନା ବ୍ରାଣ୍ଡ ମାଧ୍ୟମରେ ଖେଳନା ଉତ୍ପାଦନ ବ୍ୟବସାୟରେ ନିୟୋଜିତ ଅଛି। ହାମଲିଜ୍ ବ୍ରାଣ୍ଡ ପ୍ରାୟ ୨୬୫ ବର୍ଷ ପୂର୍ବେ ୧୭୬୦ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା। ଏହା ବିଶ୍ୱର ସବୁଠାରୁ ବଡ଼ ଏବଂ ପୁରୁଣା ଖେଳନା ବ୍ରାଣ୍ଡ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.