ଭୁବନେଶ୍ୱର,୨୧/୦୩: ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡସ ସାରା  ଭାରତରେ ଏହାର ଉପସ୍ଥିତିକୁ ଆହୁରି ମଜଭୂତ କରିବ । ଏଥିପାଇଁ ଏହା ଚଳିତ  ମାସ ଶେଷ ସୁଦ୍ଧା ୧୨ଟି ନୂଆ ସୋ'ରୁମ  ଆରମ୍ଭ କରିବାକୁ ଯାଉଛି । ଏହି ସଦ୍ୟତମ  ସମ୍ପ୍ରସାରଣ ଅଭିଯାନ ସହ ୧୩ଟି ଦେଶରେ ମୋଟ ସୋ'ରୁମ ସଂଖ୍ୟା ୩୯୧କୁ ଏବଂ  ସାରା ଭାରତରେ ୧୯ଟି ରାଜ୍ୟରେ  ଉପସ୍ଥିତି ହେବ । ନୂତନ ସୋ'ରୁମ  ଗୁଡ଼ିକ ମୁମ୍ବାଇର ପାନଭେଲ, ପୁଣେର  ସିଂହଗଡ ରୋଡ, ଓଡ଼ିଶାର ବ୍ରହ୍ମପୁର ଏବଂ  ସୌଭାଗ୍ୟ ନଗର, ଝାଡ଼ଖଣ୍ଡର ଧାନବାଦ,  କର୍ଣ୍ଣାଟକର ହୋସପେଟ, ନଗରଭାବୀ  ଏବଂ ଚିତ୍ରଦୁର୍ଗ, ଆନ୍ଧ୍ରପ୍ରଦେଶର ନନ୍ଦୟାଲ,  ଅମଲାପୁରମ, ମଛଲିପଟ୍ଟନମ, ୟୁପିର  ବାରାଣସୀରେ ଖୋଲିବ । 

ମାଲାବାର ଗ୍ରୁପ  ଏହି ସମ୍ପ୍ରସାରଣ ପର୍ଯ୍ୟାୟରେ ୬୦୦ କୋଟି  ଟଙ୍କା ନିବେଶ କରିଛି ଏବଂ ଏହି ଆର୍ଥିକ  ବର୍ଷରେ ବିଭିନ୍ନ ଭୂମିକାରେ ୪୦୬ ଜଣ  କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି ।  ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ  ୨୦୨୫ରେ ୬୦ଟି ନୂଆ ସୋ'ରୁମ  ଖୋଲିବାକୁ ଯୋଜନା କରୁଛି, ଯାହା ଦ୍ୱାରା  ଏହାର ବିଶ୍ୱବ୍ୟାପୀ ଉପସ୍ଥିତି ଆହୁରି  ବିସ୍ତାର ହେବ । 

ଏପ୍ରିଲ ୨୦୨୫ରେ, ଗ୍ରୁପ  ୫ଟି ନୂତନ ଶୋ'ରୁମ ଶୁଭାରମ୍ଭ କରିବାକୁ  ଯାଉଛି, ଯାହା ମଧ୍ୟପ୍ରାଚ୍ୟ, ୟୁକେ ଏବଂ  କାନାଡାରେ ଏହାର ବିସ୍ତାର କରିବ । ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ  ପ୍ରଖ୍ୟାତ ଅଭିନେତା ଏବଂ ବ୍ରାଣ୍ଡ ଆମ୍ବାସଡର ଏନଟିଆର୍‌ ଜୁନିୟରଙ୍କ ସହିତ ଏକ ଗ୍ରାହକ ସଚେତନତା ଅଭିଯାନ ଆରମ୍ଭ କରିଛି ।  

ଏହି ଅଭିଯାନ ବ୍ରାଣ୍ଡକୁ ଏକ ଦାୟିତ୍ୱବାନ  ଅଳଙ୍କାର ବିକ୍ରେତା ଭାବରେ ଉଜ୍ୱଳ  କରିଥାଏ, ସ୍ଥାୟୀ ଅଭ୍ୟାସ, ପ୍ରାମାଣିକ  ହଲମାର୍କିଂ ଅଳଙ୍କାର ଏବଂ ପ୍ରମାଣିତ  ପ୍ରାକୃତିକ ହୀରା ପ୍ରତି ଏହାର ପ୍ରତିବଦ୍ଧତା  ଉପରେ ଗୁରୁତ୍ୱାରୋପ କରିଥାଏ ।  ସମ୍ପ୍ରସାରଣକୁ ନେଇ ମାଲାବାର ଗ୍ରୁପ ଅଧ୍ୟକ୍ଷ ଏମ୍‌.ପି ଅହମ୍ମଦ କହିଛନ୍ତି, ସମ୍ପ୍ରସାରଣ  ଯୋଜନା ଆମର ବିଶ୍ୱସ୍ତରୀୟ ପଦଚିହ୍ନକୁ  ବିସ୍ତାର କରିବ ଏବଂ ବିଶ୍ୱସ୍ତରୀୟ ସପିଂ  ଅଭିଜ୍ଞତା ପ୍ରଦାନ କରିବାର ଆମର ବ୍ୟାପକ  ଦୃଷ୍ଟିକୋଣ ସହିତ ସଂଯୁକ୍ତ ।