ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପହଲଗାମ୍ ଆତଙ୍କୀ ହମଲା ପ୍ରତିବାଦରେ ୧୨ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ, ହିନ୍ଦୁ ଆକ୍ରୋଶ ବିକ୍ଷୋଭ

Published By : Rasmita Pradhan | April 25, 2025 3:27 PM

ମାଲକାନଗିରି, ୨୫/୪ : ଜାମ୍ମୁ କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ। ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ହିନ୍ଦୁ ଜାଗରଣ ମଞ୍ଚ, ବିଶ୍ଵହିନ୍ଦୁ ପରିଷଦ ସମେତ ବିଭିନ୍ନ ହିନ୍ଦୁ ସଙ୍ଗଠନ। ଶୁକ୍ରବାର ସକାଳେ ବିଭିନ୍ନ ସଙ୍ଗଠନ ସ୍ଥାନୀୟ ବସ୍ ଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରୀକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ସ୍ମାରକ ପତ୍ର ଗ୍ରହଣ କରିଥିଲେ। ତେବେ ଜିଲ୍ଲା ସଦର ମହାକୁମା ସହିତ ଅନ୍ୟାନ ଅଞ୍ଚଳର ଦୋକାନ ବଜାର ସବୁ ବନ୍ଦ ରହିଛି। ଯାନବାହାନ ଚଲାଚଳ ସ୍ୱଭାବିକ ରହିଛି। 

ଓଡ଼ିଶା ତଥା ମାଲକାନଗିରି ଜିଲ୍ଲାରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ନିଜସ୍ଵ ସ୍ଥାନକୁ ପଠାଇବାକୁ ଦାବି କରାଯାଇଛି। ଏହା ସହ ପଶ୍ଚିମବଙ୍ଗର ମୁର୍ସିଦାବାଦ, ନଦିଆ ଓ ମାଲଦା ଜିଲ୍ଲା ତଥା ଉତରପ୍ରଦେଶରୁ ଅନେକ ମୁସଲମାନ ଆସି ମାଲକାନଗିରି ଜିଲ୍ଲାରେ ବସ୍ତି ମାନଙ୍କରେ ରହୁଛନ୍ତି। ସେମାନେ ଦିନ ମଜୁରିଆ, ଫେରିବାଲା ଓ ବିଭିନ୍ନ ହାଟବଜାରରେ ବ୍ୟବସାୟ କରିବା ତଥା ଦୋକାନ ମାନଙ୍କରେ ରହି କାମ କରୁଛନ୍ତି। ବିଶେଷକରି ନିର୍ମାଣ କାର୍ଯ୍ୟ କରି ଜୀବନ ଜୀବିକା କରି ରହୁଛନ୍ତି। ଏହି ଲୋକମାନେ ଜିଲ୍ଲାର ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି। ଅନ୍ୟ ସମ୍ପର୍କୀୟଙ୍କୁ ଆଣି ଅସ୍ଥାୟୀ ଭାବେ ନିଜ ସହ ରଖୁଛନ୍ତି। ସେମାନଙ୍କ ଆଧାର କାର୍ଡରେ ଅଧାନାମ ଥିବା ଦେଖିବାକୁ ମିଳୁଛି। ସେମାନେ ଆତଙ୍କବାଦୀଙ୍କ ସ୍ଲିପିଂ ସେଲ୍ ପରି ମଧ୍ୟ କାମ କରୁଥିବା ସନ୍ଦେହ ହେଉଛି।

ଗାଁର ସରଳ ନୀରିହ ଝିଅଙ୍କୁ ପ୍ରଲୋଭନ ଦେଖାଇ ବିବାହ କରୁଛନ୍ତି ଓ ଅନ୍ୟତ୍ର ରଖୁଛନ୍ତି। ସେମାନଙ୍କର କୌଣସି ସମ୍ପର୍କ ସେମାନଙ୍କ ଅବିଭାକଙ୍କୁ ଭବିଷ୍ୟତରେ ମିଳୁନାହିଁ। କେତେକ ସ୍ଥାନରେ ପୋଲିସ୍ ମଧ୍ୟ ଏଥିରେ ସେମାନଙ୍କ ସହଯୋଗ କରୁଛି। ସେମାନେ ବ୍ୟବସାୟ ମଧ୍ୟମରେ ଭଲ କମ୍ପାନି ନାମର ନକଲି ବ୍ରାଣ୍ଡ୍ କରି ନକଲି ଜିନିଷ ବିକି ଲୋକଙ୍କୁ ଠକୁଛନ୍ତି। ଏହି ବିଷୟରେ ବିଭିନ୍ନ ସଂଗଠନ ପୁର୍ବରୁ ଅନେକଥର ପୋଲିସ୍ ବିଭାଗକୁ ଅବଗତ କରିଆସୁଅଛି। କିନ୍ତୁ କୌଣସି ଆଶୁ ପଦକ୍ଷେପ ପୋଲିସ ତଥ ଆଞ୍ଚଳିକ ପ୍ରଶାସନ ନେଉନାହାନ୍ତି। ପୋଲିସ୍ ସବୁ ଖବର ରଖି ମଧ୍ୟ ଅଘଟଣକୁ ଜଗିବସିଛି। ସେତେବେଳକୁ ଅନେକ ନୀରିହ ମୂଲ୍ୟବାନ ଜୀବନ ଚାଲିଯାଇଥିବ। ତେଣୁ ବର୍ତ୍ତମାନ ସମୟ ଆସିଛି ପ୍ରଶାସନ ଏଥିପ୍ରତି ସଜାଗ ହୋଇ ଜିଲ୍ଲା ତଥା ରାଜ୍ୟ ବହାରୁ ଆସିଥିବା ସମସ୍ତ ଲୋକଙ୍କ ଯାଞ୍ଚ କରୁ। ଯେଉଁମାନେ ଘର ତଥା ବ୍ୟବସାୟ ଅନୁଷ୍ଠାନ ଭଡା ଦେଇଛନ୍ତି ସେମାନଙ୍କ ସମସ୍ତ ଆଧାରକାର୍ଡ ସହ ରାସନ କାର୍ଡ ଓ ଭୋଟରକାର୍ଡ ପୋଲିସ୍ ଦ୍ୱାରା ଯାଞ୍ଚ କରାଯାଉ । ଯେଉଁମାନେ ମୁସଲମାନ କର୍ମଚାରୀଙ୍କୁ ନିଜ ଦୋକାନ ତଥା ନିର୍ମାଣ କାର୍ଯ୍ୟରେ ନିୟୋଜନ କରିଛନ୍ତି ସେମାନଙ୍କ ସମସ୍ତ ତଥ୍ୟ ପୋଲିସ୍ ନିକଟରେ ଜମା କରନ୍ତୁ। ମାଲକାନଗିରିରେ ଥିବା ମୁସଲମାନ ତଥା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କ ନିଜସ୍ୱ ସ୍ଥାନଙ୍କୁ ପଠାଇବା ବ୍ୟବସ୍ଥା ଅତିଶିଘ୍ର କରାଯାଉ। ଏଥି ସହ ପହଲଗାମରେ ହୋଇଥିବା ଆତଙ୍କବଦୀଙ୍କ ନୃଶଂସ ଗଣହତ୍ୟାର ସମସ୍ତ ଦୋଷୀ ଓ ତା ପଛର ମାଷ୍ଟର୍ ମାଇଣ୍ଡ୍ କୁ ତୁରନ୍ତ ଗିରଫ କରାଯାଉ। ଏହାସହ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ଦାବି କରାଯାଇଛି। ଯଦି ଆଗାମୀ ଦିନରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୁଏ ତାହେଲେ ପ୍ରଶାସନ ବ୍ୟକ୍ତିଗତ ଦାୟୀ ରହିବ ବୋଲି ହିନ୍ଦୁ ଜାଗରଣମଞ୍ଚ, ମାଲକାନଗିରି ଜିଲ୍ଲା ତରଫରୁ ମହାମହିମ ରାଷ୍ଟ୍ରପତି, ଭାରତ ସରକାର,  ରାଜ୍ୟପାଳ, ଓଡିଶା ସରକାର, ଭୁବନେଶ୍ବର ତଥା ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି।

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.