ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ: ମୋଦିଙ୍କୁ ମମତାଙ୍କ ସମର୍ଥନ, ଟିଏମସି କହିଲା ନିର୍ଣ୍ଣାୟକ ପଦକ୍ଷେପ ନିଅନ୍ତୁ ସରକାର

Published By : Harapriya Biswal | November 28, 2024 6:43 PM

ଢାକା,୨୮।୧୧:  ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ବଢି ଚାଲିଛି ହିଂସକାଣ୍ଡ ମାମଲା। ଇସ୍କନ ମନ୍ଦିରର ଚିନ୍ମୟ କୃଷ୍ଣ ଦାସଙ୍କୁ ଜେଲ୍ ପଠାଯିବା ପ୍ରସଙ୍ଗରେ ଭାରତ ମଧ୍ୟ ଉଦବେଗ ପ୍ରକାଶ କରିଛି। କେବଳ କେନ୍ଦ୍ର ସରକାର ନୁହଁନ୍ତି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ସାମନାକୁ ଆସିଛି। ସେ ବାଂଲାଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଓ କହିଛନ୍ତି, ଏହା ଉପରେ କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ କେନ୍ଦ୍ର ସହିତ ଅଛୁ, ସେ ଯାହା ଚାହିଁବେ ସେହି ପଦକ୍ଷେପ ନେଇ ପାରିବେ। ମମତା ଗୁରୁବାର କହିଛନ୍ତି, ଏହା ଅନ୍ୟ ଦେଶର ମାମଲା। ତେଣୁ ମୁଁ କୌଣସି ମନ୍ତବ୍ୟ ଦେବିନି, କାରଣ ଏହା ଆମର ଅଧିକାର କ୍ଷେତ୍ରର ବାହାରେ ରହିଛି।  ମମତା ବିଧାନସଭାରେ ସ୍ପଷ୍ଟ କରିଛନ୍ତି,ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ସମାଧାନ କରିବା ଦରକାର ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିଷ୍ପତ୍ତି ପାଳନ କରିବେ ।

ମମତା କହିଛନ୍ତି,ବାଂଲାଦେଶ ଏକ ଅଲଗା ଦେଶ। ଭାରତ ସରକାର ଏହା ଉପରେ ଅଧିକ ଧ୍ୟାନ ଦେବା ଦରକାର। ଏହା ଆମର କ୍ଷମତାର ପରିସରରେ ଆସୁନି। ଆମକୁ ଏ ବିଷୟରେ କଥା ହେବା ଉଚିତ ନୁହେଁ କିମ୍ବା ହସ୍ତକ୍ଷେପ କରିବାର ଅଧିକାର ନାହିଁ।   ସେଠାର ସ୍ଥିତିକୁ ଆମେ ଦୁଃଖିତ, କିନ୍ତୁ ଆମେ କେନ୍ଦ୍ର ଦ୍ବାରା ନିର୍ଦ୍ଧାରିତ ନୀତିର ପାଳନ  କରୁଛୁ।’ ମମତା କହିଛନ୍ତି, ସେ ଏହି ମାମଲାରେ ଇସ୍କନର ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ତେବେ  କ’ଣ କଥା ହୋଇଥିଲେ ସେ ନେଇ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ସେ କହିଛନ୍ତି, ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଘଟୁଥିବା ଏହି ଘଟଣାକୁ ନେଇ ମୁଁ ନିରାଶ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.