କୋଲକାତା, ୭/୩ : ପଶ୍ଚିମବଙ୍ଗ ଗସ୍ତରେ ରାଷ୍ଟ୍ରପତି । ଶନିବାର ପଶ୍ଚିମବଙ୍ଗ ଗସ୍ତରେ ଯାଇ ସିଲିଗୁଡ଼ିରେ ଅନୁଷ୍ଠିତ ନବମ ଅନ୍ତରାଷ୍ଟ୍ରୀୟ ସାନ୍ତାଳ ସମାବେଶରେ ଯୋଗ ଦେଇଥିଲେ । ତେବେ ଏକ ଛୋଟ ପଡ଼ିଆରେ ଆୟୋଜନ କରାଯାଇଥିବାବେଳେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନଦେବାକୁ ନେଇ ମଞ୍ଚରେ ଉଦବେଗ ପ୍ରକାଶ କରିଥିଲେ ରାଷ୍ଟ୍ରପତି । ଯାହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ମମତା । ସେ ଯଦି ୫୦ଥର ଗସ୍ତ କରନ୍ତି ଆଉ ଏଥିରେ ଯୋଗଦେବା ଅସମ୍ଭବ । ମୁଁ ଏବେ ଏକ ପ୍ରତିବାଦ ସଭାରେ ଅଛି ତାହା ବୋଧେ ତାଙ୍କୁ ଜଣାନାହିଁ ।
ଏହାସହ ମମତା କହିଛନ୍ତି କି, ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସରକାର ଅବଗତ ନାହାନ୍ତି । ଏନେଇ ତାଙ୍କୁ କୌରସି ସୂଚନା ମଧ୍ୟ ଦିଆଯାଇନାହିଁ । ରାଷ୍ଟ୍ରପତି ଯେତେବେଳେ ରାଜ୍ୟକୁ ଗସ୍ତ କରନ୍ତି ସେତେବେଳେ ପୂର୍ବରୁ ସୂଚନା ପ୍ରଦାନ କରାଯାଏ । ମାତ୍ର ଏନେଇ କୌଣସି ସୂଚନା ଆମକୁ ଦିଆଯାଇନାହିଁ । ଏହାସହ ସେ କହିଛନ୍ତି କି, ବିଜେପି ତାଙ୍କୁ ଏଜେଣ୍ଡା କରି ଏଠାକୁ ପଠାଇଛି । ଯାହା କହିବାକୁ ମଧ୍ୟ ଲାଜ ଲାଗୁଛି । ମଣିପୁରରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଥିବାବେଳେ ରାଷ୍ଟ୍ରପତି କାହିଁକି ଚୁପ୍ ବସିଥିଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ମମତା କହିଛନ୍ତି କି, ନିର୍ବାଚନ ପୂର୍ବରୁ ମୋ ସହ ଏଭଳି ରାଜନୀତି କରନ୍ତୁ ନାହିଁ । ମୁଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରୁଛି । ରାଜ୍ୟ ସରକାର କୌଣସି କାର୍ଯ୍ୟକ୍ରମକୁ ବନ୍ଦ କରିନାହାନ୍ତି । ଏହାସହ ତାଙ୍କର କୌଣସି ସମ୍ପର୍କ ମଧ୍ୟ ନାହିଁ । ବିଜେପି ରାଜନୀତିକୁ ପ୍ରାଥମିକତା ଦିଏ, ମୁଁ ଲୋକଙ୍କ କଲ୍ୟାଣକୁ ପ୍ରଥମେ ଦେଖେ ।
ଏହାସହ ପଢ଼ନ୍ତୁ : ପଶ୍ଚିମବଙ୍ଗରେ କାହିଁକି ଉଦବେଗ୍ ପ୍ରକାଶ କଲେ ରାଷ୍ଟ୍ରପତି, ମମତାଙ୍କୁ ନେଇ କହିଲେ ବଡ଼ କଥା