ଆଠଗଡ଼ ୨୪/୧୨: ସାମାନ୍ୟା ବଚସାରୁ ସମ୍ପର୍କୀୟ ଭିଣୋଇଙ୍କ ଗଳା କାଟିଲେ ଶଳା । ଅଭିଯୁକ୍ତ ଶଳା ଜଣକ ହେଲେ ଢେଙ୍କାନାଳ ସଦର ଥାନା ମାଣିପୁର ଗାଁର କରୁଣାକର ନାଏକ । ଅଳ୍ପକେ ବର୍ତ୍ତିଲେ ଦେଓପଡା ଗାଁର ସମ୍ପର୍କୀୟ ଭିଣୋଇ ସଞ୍ଜୟ ନିଏକ । ଏନେଇ ଥାନାରେ ଅଭିଯୋଗରେ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।  

ସୂଚନା ଅନୁଯାଇ, ସଞ୍ଜୟ ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ ଛକ ନିକଟରେ ଠିଆ ହୋଇଥିବା ବେଳେ କରୁଣାକର ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ଥଟା ପରିହାସ ହେଉଥିଲେ । କୌଣସି କଥାକୁ ନେଇ  ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ହାତରେ ଧରିଥିବା ଏକ ବ୍ଲେଡ଼୍‌ରେ ପଛପଟୁ ଆସି ସମ୍ପର୍କୀୟ ଭିଣୋଇର ତଣ୍ଟି କାଟିଦେଇଥିଲେ କରୁଣାକର । ଏନେଇ ଆଠଗଡ ଥାନାରେ ଅଭିଯୋଗ ଆଣିଲେ ସଞ୍ଜୟଙ୍କ ସ୍ତ୍ରୀ । କରୁଣାକରକୁ ଆଠଗଡ଼ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।