ନୂଆଦିଲ୍ଲୀ : କିଛି ଲାଇକ୍ ଏବଂ କମେଣ୍ଟ ପାଇଁ ଜୀବନକୁ ଲଗାଇ ଦେଉଛନ୍ତି ବାଜିରେ । ସୋସିଆଲ ମିଡିଆରେ ଷ୍ଟାର ବନିବା ପାଇଁ ଆଜିକାଲିର ଯୁବପୀଢ଼ୀମାନେ ନେଉଛନ୍ତି ବଡ଼ ପଦକ୍ଷେପ । ରିଲ୍ ବନାଇ ନିଜର କ୍ରେଜକୁ ବଢ଼ାଇବା ପାଇଁ କିଏ ପାଣିକୁ ଡେଉଁଛି ତ ଆଉ କିଏ ନିଆଁକୁ ବ୍ୟବହାର କରୁଛି । ତେବେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଜଣେ ୟୁଜର୍ସ ରିଲ୍ସ ବନାଇବା ପାଇଁ ଜୀବନକୁ ପାଣି ଛଡ଼ାଇ ଦେଇଛନ୍ତି ।
पहले इस वीडियो को देखिए,
— NCIB Headquarters (@NCIBHQ) April 8, 2026
फिर आप खुद डिसाइड करें कि क्या भारत सरकार को इस तरह की रिलबाजी पर रोक लगाने हेतु कोई कानून बनाना चाहिए या नहीं? pic.twitter.com/vrEwKijY1M
ଭାଇରାଲ ହେଉଥିବା ଭିଡିଓରେ ୟୁଜର୍ସ ଜଣକ ଏକ ରେଲଓ୍ବେ ଟ୍ରାକରେ ଶୋଇଛନ୍ତି । ଏକ ଦ୍ରୁତଗାମୀ ରେଳ ଆସୁଥିବାବେଳେ ଟ୍ରାକରେ ଶୋଇ ପଡ଼ୁଛନ୍ତି । ଆଉ ମୋବାଇଲରେ ଏହାର ଭିଡିଓ ମଧ୍ୟ ଉଠାଇଛନ୍ତି । କିଛିଟା ଲାଇକ୍ କମେଣ୍ଟ ପାଇଁ ସେ ଏଭଳି ଏକ ପଦକ୍ଷେପ ନେଇଥିବାବେଳେ ୟୁଜର୍ସମାନେ ଏହାକୁ ଦୃଢ଼ଭାବରେ ନିନ୍ଦା କରୁଛନ୍ତି । ଏପରିକି ଅନେକ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, ଯଦି ଏତେ ସାହସ ଅଛି ତାଙ୍କୁ ଇସ୍ରାଏଲ ପଠାଇ ଦିଅ ଆମେରିକା ବିପକ୍ଷରେ ଯୁଦ୍ଧ ଲଢ଼ିବେ । ଏଭଳି ଭାବେ ବହୁ ୟୁଜର୍ସ କମେଣ୍ଟରେ ଗାଳି କରୁଥିବା ଦେଖିବାକୁ ମିଳିଛି ।
ତେବେ ପୂର୍ବରୁ ଓଡ଼ିଶାର ଜଣେ ନାବାଳକ ମଧ୍ୟ ଏଭଳି ଭାବେ ରେଳ ଟ୍ରାକରେ ଶୋଇଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ପଚରା ଉଚରା କରିଥିଲା । ଏମିତିକି ଲୋକେ ଅନେକ ଗାଳି ମଧ୍ୟ କରିଥିଲେ । ପୂର୍ବରୁ ଏଭଳି ରିସ୍କ ରିଲ୍ ପାଇଁ ମଧ୍ୟ କିଛି ଜଣ ଜୀବନ ହରାଇଛନ୍ତି । ଏଣୁ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ଉଠିଛି । ସେପଟେ ଅନେକ ଲୋକ ସୋସିଆଲ ମିଡିଆରେ ଭାଇରାଲ ହୋଇ ରାତାରାତି ଷ୍ଟାର ହେବାକୁ ବିଭିନ୍ନ ପନ୍ଥାମାନ ଆପଣାଉଥିବା ମଧ୍ୟ ଆପଣମାନେ ଦେଖିବାକୁ ପାଉଥିବେ। ଆପଣଙ୍କ ଆଖପାଖରେ ଯଦି ଏଭଳି କେହି ଅଛନ୍ତି ତାହେଲେ ସେମାନଙ୍କୁ ସଜାଗ କରାନ୍ତୁ ।
ଏହାସହ ପଢ଼ନ୍ତୁ : ଶୁଭମନ ଗିଲଙ୍କ ଉପରେ କାହିଁକି ରାଗିଲେ ନେହେରା ? ଭିଡିଓ ଭାଇରାଲ…