ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରିଷଭ ପନ୍ତଙ୍କ ଜୀବନ ବଞ୍ଚାଇ ଥିବା ଯୁବକ ପ୍ରେମ ପାଇଁ କଲେ ଆତ୍ମହତ୍ୟା ଉଦ୍ୟମ

Published By : Prameya | February 11, 2025 11:25 PM

ନୂଆଦିଲ୍ଲୀ : କାର୍‌ ଦୁର୍ଘଟଣାରେ କ୍ରିକେଟର ରିଷଭ ପନ୍ତଙ୍କ ଜୀବନ ବଞ୍ଚାଇ ଥିବା ଯୁବକ ଏବେ  ଗୁରୁତର। ନିଜ ପ୍ରେମିକାଙ୍କ ସହ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା ଉଦ୍ୟମ କରି ଦେଇଛନ୍ତି। ଲୋକେ ଏହି ପ୍ରେମୀ ଯୁଗଳଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସେଠାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବକଙ୍କ ସ୍ଥିତି ଗୁରୁତର ଥିବା କୁହାଯାଇଛି। ସୂଚନା ଆଧାରରେ, ଉଭୟ ବିବାହ କରିବାକୁ ଚାହୁଁ ଥିଲେ, କିନ୍ତୁ ପରିବାର ଲୋକ ପ୍ରସ୍ତୁତ ନଥିଲେ। ଉଭୟଙ୍କର ଅନ୍ୟ ସ୍ଥାନରେ ବାହାଘର ପ୍ରସ୍ତୁତି ଚାଲି ଥିଲା। ଏହାକୁ ନେଇ ଉଭୟ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ।

ଲାଇଭ ହିନ୍ଦୁସ୍ତାନରେ ପ୍ରକାଶିତ ତଥ୍ୟ ଅନୁସାରେ,  ଶକରପୁର ଗାଁର ମଜରା ବୁଚ୍ଚା ବସ୍ତି ନିବାସୀ ରଜତ ( ୨୫ ) ଓ ସେହି ଗାଁର ମନୁ ( ୨୧)ଙ୍କ ମଧ୍ୟରେ ଗତ ୫ବର୍ଷରୁ ପ୍ରେମ ସଂପର୍କ ଚାଲି ଥିଲା। ଉଭୟଙ୍କ ପରିବାର ସେମାନଙ୍କର ବିବାହ କରିବାକୁ ମନା କରି ଦେଇ ଥିଲେ। ପରିବାର ଲୋକ ଉଭୟଙ୍କର ଅଲଗା ଅଲଗା ସ୍ଥାନରେ ବିବାହ ସ୍ଥାନରେ ବିବାହ ସ୍ଥିର କରିଥିଲେ। ଥାନା ପ୍ରଭାରୀ ଜୟବୀର ସିଂହଙ୍କର କହିବାନୁସାରେ , ଗତ ୯ ଫେବ୍ରୁଆରୀର ସନ୍ଧ୍ୟାରେ ଦୁହେଁ ନିଜ ନିଜର ଘରୁ ପଳାଇ ଆସିଥିଲେ ଏବଂ କ୍ଷେତରେ ପହଞ୍ଚି ବିଷାକ୍ତ ପଦାର୍ଥ ଖାଇ ଦେଇ ଥିଲେ। ଉଭୟ କ୍ଷେତରେ ପଡ଼ି ଥିବାର ସୂଚନା ପାଇବା କ୍ଷଣି ତାଙ୍କର ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଉତ୍ତରାଖଣ୍ଡର ଝବରେଡାର ନର୍ସିଂ ହୋମ୍‌ରେ ଭର୍ତ୍ତି କରାଇ ଥିଲେ। 

ମଙ୍ଗଳବାର ଚିକିତ୍ସା ବେଳେ ଯୁବତୀଙ୍କର ମୃତ୍ୟୁ ହୋଇଛି, ଅନ୍ୟପଟେ ଯୁବକଙ୍କର ଚିକିତ୍ସା ଏବେ ଚାଲୁ ରହିଛି। ଯୁବତୀଙ୍କ ମୃତ୍ୟୁରେ ପରିବାର ଲୋକଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଛି। ପୁଲିସ ଯୁବତୀଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ଯୁବତୀଙ୍କର ପରିବାର ଅଭିଯୋଗ କରିଛନ୍ତି କି  ଦୁଇ ଦିନ ପୂର୍ବେ ଯୁବକ ତାଙ୍କର ଝିଅକୁ ଫୁସୁଲାଇ ନିଜ ସହ ନେଇ ଯାଇ ଥିଲା ଏବଂ ତାକୁ ବିଷ ଖୁଆଇ ଦେଇଛି।   ଯୁବତୀଙ୍କ ମାଆ କମଲେଶ , ରଜତ ଓ ଅନ୍ୟ ମାନଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ମାମଲାର ଯାଞ୍ଚ ଜାରି ରହିଥିବା ଥାନା ପ୍ରଭାରୀ ଜୟବୀର ସିଂହ  କହିଛନ୍ତି। 

ଉଲ୍ଲେଖନୀୟ ଯେ, ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ କାର୍‌ ୩୦ ଡିସେମ୍ୱର ୨୦୨୨ରେ ,ପୁରକାଜିର ନିକଟସ୍ଥ ଉତ୍ତରାଖଣ୍ଡ ସୀମା ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା। ଏଥିରେ ରଜତ ଓ ତାଙ୍କ ସାଥି ନିଶୁ, ରିଷଭ ପନ୍ତଙ୍କୁ ଆହତ ଅବସ୍ଥାରେ କାରରୁ ବାହାର କରି ହସ୍ପିଟାଲ ନେବାରେ ସାହାଯ୍ୟ କରିଥିଲେ।  ଯେଉଁଥିରେ  ଭାରତୀୟ କ୍ରିକେଟର ରିଷଭ ପନ୍ତ ରଜତ ଓ ନିଶୁ ଦୁହିଁଙ୍କୁ ଦୁଇ ମାସ ପୂର୍ବେ ସ୍କୁଟି ଉପହାରରେ ଦେଇ ଥିଲେ। ସେହି ସମୟରେ ରଜତ ଚର୍ଚ୍ଚାକୁ ଆସିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.