ନୂଆଦିଲ୍ଲୀ,୦୮/୦୨; ଇଂଲିଶ ପ୍ରିମିୟର ଲିଗ୍ର ଅନ୍ୟତମ ସଫଳ ଦଳ ମାଞ୍ଚେଷ୍ଟର ୟୁନାଇଟେଡ୍ ଆଇପିଏଲ୍ ଫ୍ରାଞ୍ଚାଇଜ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ କିଣିବା ପାଇଁ ଆଗ୍ରହ ଦେଖାଇଛି । ମାଞ୍ଚେଷ୍ଟର ୟୁନାଇଟେ୍ର ସହ-ମାଲିକ ଅବରାମ ଗ୍ଲେଜର ଆର୍ସିବିକୁ କ୍ରୟ କରିବା ଲାଗି ବିଡ୍ ଦାଖଲ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ଗ୍ଲେଜର ନିଜର ନିବେଶ କମ୍ପାନୀ ଲାନ୍ସର କ୍ୟାପିଟାଲ ମାଧ୍ୟମରେ ୧.୮ ବିଲିୟନ ଡଲାର ବା ୧୬,୩୦୦କୋଟି ଟଙ୍କାର ବିଡ୍ ଦାଖଲ କରିଛନ୍ତି । ଯଦି ମାଞ୍ଚେଷ୍ଟର ୟୁନାଇଟେଡ୍ ଏହି ବିଡ୍ ଜିତିବାରେ ସଫଳ ହୁଏ, ତା’ହେଲେ କ୍ରୀଡ଼ା ଇତିହାସରେ ଏହା ସବୁଠୁ ବଡ଼ ଚୁକ୍ତି ହେବ ।’ ବିଡ୍ରେ ସଫଳ ହେଲେ ମାଞ୍ଚେଷ୍ଟର ୟୁନାଇଟେଡ୍ ଆର୍ସିବିର ଉଭୟ ପୁରୁଷ ଓ ମହିଳା ଦଳର ମାଲିକାନା ହାତକୁ ନେବ । ଆର୍ସିବି ଗତ ବର୍ଷ ପ୍ରଥମ ଥର ଆଇପିଏଲ୍ ଟାଇଟଲ୍ ହାସଲ କରିଥିଲା । ଏହାପରେ ଦଳର ମାଲିକ ଡିଏଗୋ (ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍) ଗତ ନଭେମ୍ବରରେ ଆର୍ସିବିକୁ ବିକ୍ରି ପାଇଁ ସୂଚନା ଦେଇଥିଲା । ଇତିମଧ୍ୟରେ ଆର୍ସିବିକୁ କ୍ରୟ କରିବା ପାଇଁ ୯ରୁ ଊଦ୍ଧ୍ୱର୍ କମ୍ପାନୀ ଆଗ୍ରହ ଦେଖାଇଛନ୍ତି । ସେଥିମଧ୍ୟରେ ଭାରତୀୟ ଔଷଧ ବ୍ୟବସାୟୀ ଆଦର ପୁନାୱାରା ମଧ୍ୟ ସାମିଲ ରହିଛନ୍ତି । ଆଇପିଏଲ୍ରେ ଆର୍ସିବି ହେଉଛି ଅନ୍ୟତମ ଲୋକପ୍ରିୟ ଦଳ । ଦଳର ବ୍ରାଣ୍ଡ୍ ଭାଲ୍ୟୁ ୯୫୧କୋଟିରୁ ଊଦ୍ଧ୍ୱର୍ ରହିଛି । ଗ୍ଲେଜର ପୂର୍ବରୁ ୟୁଏଇର ଆଇଏଲ୍ ଟିଟ୍ୱେଣ୍ଟିରେ ଡେଜର୍ଟ ଭାଇପର୍ସ ଦଳ କିଣିଛନ୍ତି ।
ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଟ୍ରିପଲ୍ ଟକ୍କର; ଆଫଗାନିସ୍ତାନଠୁ ପ୍ରତିଶୋଧ ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ, ନେପାଳ ଉପରେ ଇଂଲଣ୍ଡ ଭାରି
ଅବରାମ ଗ୍ଲେଜରଙ୍କର କ୍ରିକେଟରେ ରୁଚି ରହିଛି । ଅବରାମ ପୂର୍ବରୁ ଆଇଏଲଟି୨୦ର ଡେଜର୍ଟ ୱାଇପର୍ସ ଟିମର ମାଲିକ ଅଛନ୍ତି । ସେ ୨୦୨୧ରେ ଆଇପିଏଲର ବିସ୍ତାର ଟିମ୍ କିଣିବାକୁ ଚେଷ୍ଟା କରିଥିଲେ । ଏହା ସହ ରାଜସ୍ଥାନ ରୟାଲ୍ସରେ ତାଙ୍କର ରୁଚି ରହିଥିଲା । ଏହି ନିଲାମ ୨୦୨୧ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୯୪୦ କୋଟିରୁ ପ୍ରାୟ ଦ୍ୱିଗୁଣା । ଯାହା ଆଇପିଏଲ ଫ୍ରାଞ୍ଚାଇଜର ବର୍ଦ୍ଧିତକୁ ପ୍ରତିଫଳିତ କରିଛି ।