କୋକସରା: ଦୀର୍ଘ ଦିନର ବ୍ୟବଧାନ ପରେ ଗୁରୁବାର କୋକସରା ବ୍ଲକର କୋକସରା,ଆମପାଣି,ଟେମରା,କାଶିବାହାଲ ମଣ୍ଡିରୁ ଚଳିତ ବର୍ଷର ଖରିଫ ମଣ୍ଡି ଧାନ ବିକ୍ରି ଆରମ୍ଭ ହୋଇଛି। ମଣ୍ଡିରେ ଚାଷୀଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।

ପ୍ରଥମ ଦିନରେ କୋକସରା ପାକ୍ସର କୋକସରା ମଣ୍ଡିରେ ୧୪ଜଣ ଚାଷୀଙ୍କ ୪୭୦ କ୍ୱିଣ୍ଟାଲ ଧାନ ବିକ୍ରି ହୋଇଥିବା ନେଇ ପାକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ସୂଚନା ଦେଇଛନ୍ତି। ସେହିପରି ଆମପାଣି ପାକ୍ସ ଅଧୀନରେ ଥିବା କାଉଡୋଳା ମଣ୍ଡିରେ ଆଜି ୧୦ ଚାଷୀଙ୍କ ୪୭୮.୭୦କି.ଗ୍ରା ଧାନ କ୍ରୟ ହୋଇଥିବାପାକ୍ସ ସମ୍ପାଦକ ବିକାଶ ପଣ୍ଡା ସୂଚନା ଦେଇଛନ୍ତି।

ଟେମରା ପାକ୍ସ ଟେମରା ମଣ୍ଡିରେ ୧୫ ଜଣ ଚାଷୀଙ୍କ ୫୦୦ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବା ନେଇ ପାକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମଣ୍ଡି ଖୋଲିବା ପରେ ଚାଷୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଅନ୍ୟପଟେ ଟୋକନ ଆସି ନଥିବା କାରଣରୁ ଅନେକ ଚାଷୀମାନେ ଦ୍ୱନ୍ଦରେ ରହିଛନ୍ତି। ତେବେ ଚାଷୀଙ୍କୁ ୧୯୬୭ ଟୋଲ ଫ୍ରି ନମ୍ବରରେ ନିଜର ଟୋକନ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ପାକ୍ସ କର୍ମଚାରୀ ମାନେ ସୂଚନା ଦେଉଛନ୍ତି। ତେବେଦୀର୍ଘ ଦିନ ପରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ,ଆଜି କୋକସରା ମଣ୍ଡିରେ ପ୍ରଥମ ଦିନରେ ଧାନ ବିକ୍ରି କରି ଖୁସି ବ୍ୟକ୍ତ କରିଥିଲେ ଯୁବଚାଷୀ ରମେଶ ଚନ୍ଦ୍ର ଦୁର୍ଗା,ରାଜେନ୍ଦ୍ର ପ୍ରଧାନୀ,ଅଶ୍ୱିନ ପୁଞ୍ଜି ଓ ତାରାଚନ ବାଗ