ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅଶାନ୍ତ ମଣିପୁରର ଅଣାୟତ୍ତ ଅବସ୍ଥା; ୭ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ, କର୍ଫ୍ୟୁ ଜାରି

Published By : Soubhagya Ranjan | November 17, 2024 4:01 PM

Image source: ABP Live

ନୂଆଦିଲ୍ଲୀ,୧୭/୧୧: ମଣିପୁରରେ ହିଂସା ପୁଣି ଥରେ ଫେରିଛି। ଉତ୍ତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂଙ୍କ ବ୍ୟକ୍ତିଗତ ବାସଭବନରେ ମଧ୍ୟ ଆକ୍ରମଣ କରିଛନ୍ତି। ଭିଡ଼କୁ ଏଡ଼ାଇବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ରାଜ୍ୟ ସରକାର ଇମ୍ଫାଲରେ କର୍ଫ୍ୟୁ ଲାଗୁ କରିଛନ୍ତି। ଏଠାରେ ତିନି ଜଣଙ୍କ ହତ୍ୟା ପରେ ଆରମ୍ଭ ହୋଇଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ୬ ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ବିକ୍ଷୋଭକାରୀମାନେ ଇମ୍ଫାଲରେ ଦୁଇ ମନ୍ତ୍ରୀ ଏବଂ ତିନି ଜଣ ବିଧାୟକଙ୍କ ଘରେ ଆକ୍ରମଣ କରିଥିଲେ।

ସୂଚନାନୁସାରେ, ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲାନଫେଲ ସାଙ୍କେଥେଲରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସପମ ରଂଜନଙ୍କ ବାସଭବନକୁ ମଧ୍ୟ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ।  ଏଥିସହିତ ଜନସମ୍ପର୍କ ବିଭାଗ ଏବଂ ଯୋଗାଣ ମନ୍ତ୍ରୀ ଏଲ. ସୁସିନ୍ଦ୍ର ସିଂଙ୍କ ଘରକୁ ମଧ୍ୟ ଟାର୍ଗେଟ କରାଯାଇଛି। ମୁଖ୍ୟମନ୍ତ୍ରୀ ଏନ. ବୀରନ ସିଂଙ୍କ ପୁତୁରା ତଥା ବିଜେପି ବିଧାୟକ ଆର.କେ ଇମୋଙ୍କ ବାସଭବନ ବାହାରେ ବିକ୍ଷୋଭକାରୀମାନେ ମଧ୍ୟ ଏକାଠି ହୋଇଥିଲେ। ଏହାରିଭିତରେ ବିକ୍ଷୋଭକାରୀମାନେ ତମାମ ହତ୍ୟାକାଣ୍ଡ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ବ୍ୟତୀତ ବିକ୍ଷୋଭକାରୀମାନେ ୨୪ ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରିବାକୁ ଦାବି ରଖିଥିଲେ। 

ସୂଚନାଯୋଗ୍ୟ ଯେ ଶୁକ୍ରବାର ରାତିରେ ମଣିପୁର-ଆସାମ ସୀମାରେ ଜିରୀ ଏବଂ ବାରକ ନଦୀ କୂଳ ନିକଟରେ ଜିରିବାମ ଜିଲ୍ଲାର ନିଖୋଜ ଥିବା ୬ ଜଣଙ୍କ ମଧ୍ୟରୁ ତିନିଜଣଙ୍କ ମୃତଦେହ ମିଳିଛି। ଏଥିରେ ଗତକାଲି ରାତିରେ ଆସାମର ସିଲଚରକୁ ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ଅଜ୍ଞାତ ଶବ ଉଦ୍ଧାର କରାଯାଇଥିଲା। ପୋଷ୍ଟ ମର୍ଟମ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି। ପରିଚୟ ପାଇଁ ଫଟୋଗ୍ରାଫ୍ ସଂଗ୍ରହ କରାଯାଇଛି। ଏହାରିଭିତରେ ବିଷ୍ଣୁପୁର ଜିଲ୍ଲାର ଇରେଙ୍ଗବାମ ମ୍ୟାନିଙ୍ଗ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ସନ୍ଦିଗ୍ଧ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିବା ପୋଲିସ କହିଛି। ସେ କହିଛନ୍ତି ଯେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.