ଭୁବନେଶ୍ଵର, ୨୫/୦୧ : ଦଳରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ।ସେ କହିଛନ୍ତି ପୁରା ଟିମ୍ର ଭୁଲ ନଥିଲା କିଛି ଜଣଙ୍କର ଭୁଲ ଥିଲା। କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ। ତାର ଫଳ ଆମକୁ ମିଳିଲା। ଆମକୁ ବହୁମତ ଦେଲେନି। ଯେଉଁମାନଙ୍କର ଅହଙ୍କାର ହେଇଥିଲା ଏବଂ ଯେଉଁ ଭୁଲ କରିଥିଲେ ସେମାନେ ଭୁଲ ମାନୁଛନ୍ତି। ପଶ୍ଚାତାପ କରୁଛନ୍ତି। ସେମାନଙ୍କୁ ନବୀନ ଚାନ୍ସ ଦେବେ ନ ଦେବେ ତାହା ସମୀକ୍ଷା ହେଉଛି।
ମନ୍ମଥ କହିଛନ୍ତି, ଭଲ ଦଳ ହେଇକି ବିଜେଡି ଉଠିବ। ସମସ୍ତେ ଗ୍ରାସରୁଟ୍ରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି। ଆମକୁ ଅସୁବିଧା ହେଲେ ନବୀନ ଓଲ୍ହେଇ ଆସିବେ। ଟିକେଟ ବଣ୍ଟନରେ ଭୁଲ ଥିଲା। ପ୍ରାର୍ଥୀ ଚୟନରେ ଭୁଲ ଥିଲା। ଚୟନ କରିବା ସମୟ ବହୁତ ଭୁଲ ଥିଲା। ଶେଷ ସମୟ ଯାଏଁ ଦ୍ଵନ୍ଦ ରହିଲା। ୨୪ ବର୍ଷ ସରକାରରେ ବହୁତ ଅଧିକ ନେତୃତ୍ୱ ହେଇଯାଇଥିଲା। ମିସ୍ ମ୍ୟାନେଜ୍ମେଣ୍ଟ ହେଲା। କିଏ ଅଭିମାନରେ ରହିଲେ ଭୋଟ ଦେଲେନି। ବିଜେଡିର ଟିମ୍ ୱାର୍କ ଭୁଲ ଥିଲା।