ଭୁବନେଶ୍ବର, ୨୬/୦୧: ଆଗୁଆ ହେବନି ପଞ୍ଚାୟତ ନିର୍ବାଚନ । ସମୟାନୁସାରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚନ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏପ୍ରିଲ ୧୬ରୁ ଜନଗଣନା ଥିବାରୁ ପଞ୍ଚାୟତ ନିର୍ବାଚନ ଏବଂ ଜନଗଣନା ମଧ୍ୟରେ ସମନ୍ବୟ ରଖାଯିବ ବୋଲି କହିଛନ୍ତି ମନମୋହନ ।
ଆଜି ଭାରତୀୟ ଜନତା ପାର୍ଟିର ଭୁବନେଶ୍ବର କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ସ୍ବତନ୍ତ୍ର ଭାବେ ଆୟୋଜନ ହୋଇଥିଲେ । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିଛି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଗଣତନ୍ତ୍ର ଉତ୍ସବରେ ଅନ୍ୟ ବିଜେପି ନେତା ଓ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ସମୟାନୁସାରେ ହେବ । ଆଗୁଆ ହେବ ନାହିଁ, ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ଭୋଟ୍ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସବୁବେଳେ ପ୍ରସ୍ତୁତ । ଏପ୍ରିଲ ମାସରେ ଜନଗଣନା ଥିବାରୁ ପଞ୍ଚାୟତ ନିର୍ବାଚନ ଓ ଜନଗଣନା ସମ୍ମନ୍ବୟରେ କରାଯିବ ବିଜେପି ରାଜ୍ୟ ସଭାପତି କହିଛନ୍ତି । ପୂର୍ବରୁ ଆଗୁଆ ପଂଚାୟତ ନିର୍ବାଚନ ହେବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଅଧିକ ପଢ଼ନ୍ତୁ-ବିଜେପିରେ ମିଶ୍ରଣ, ବିଜେଡିରେ ଫେଡ଼ାଣ ଏବଂ କଂଗ୍ରେସରେ ପକ୍ଷ ଛେଦନ... ଏମିତି ସମୟ କମ୍ କେମିତି ଅଣ୍ଟା ସଳଖିବେ ବିରୋଧୀ