ଭୁବନେଶ୍ୱର,୧୨/୦୪: ପ୍ରସିଦ୍ଧ ବଲିଉଡ୍ ଅଭିନେତା ନୱାଜଦ୍ଦିନ୍ ସିଦ୍ଦିକିଙ୍କୁ ଭେଟିଛନ୍ତି ଓଡ଼ିଆ ସିନେ ଅଭିନେତା ମନୋଜ ମିଶ୍ର । ମନୋଜଙ୍କ ପରିକଳ୍ପିତ ଗାଁ ଗାଁରେ ସିନେମା ଦେଖେଇବା ଯୋଜନାକୁ ନେଇ ଉଭୟେ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ । ନୱାଜ ମଧ୍ୟ ମନୋଜଙ୍କ ଏହି ଯୋଜନା ବିଷୟରେ ଶୁଣି ଖୁସି ଅନୁଭବ କରିବା ସହ ତାଙ୍କୁ ଆଗକୁ ବଢ଼ିବା ପାଇଁ କହିଥିଲେ । 

ମନୋଜ ମିଶ୍ର ନୱାଜଦ୍ଦିନ୍ ସିଦ୍ଦିକିଙ୍କୁ କେମିତି ଅଛନ୍ତି ବୋଲି ଓଡ଼ିଆରେ ପ୍ରଶ୍ନ କରିଥିଲେ। ନୱାଜଦ୍ଦିନ୍ ସିଦ୍ଦିକି ଭଲ ଅଛନ୍ତି ବୋଲି ଓଡ଼ିଆରେ ଉତ୍ତର ଦେଇଥିଲେ। ଉଭୟ ୧୨ ବର୍ଷ ତଳରୁ ସ୍ମୃତିକୁ ମନେ ପକାଇଥିଲେ। ଏଥି ସହିତ ମନୋଜ ମିଶ୍ର ନୱାଜଦ୍ଦିନ୍ଙ୍କ ପ୍ରଶଂସା କରିବା ସହ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ । ନୱାଜଦ୍ଦିନ୍ କହିଥିଲେ ତୁମେ ଯେବେ ଡାକିବ ମୁଁ ହାଜର ହୋଇଯିବ।

ପ୍ରକାଶ ଥାଉକି, ଏହା ପୂର୍ବରୁ ମନୋଜ ବରିଷ୍ଠ ବଲିଉଡ୍ ଅଭିନେତା ଅମିର ଖାନଙ୍କୁ ମଧ୍ୟ ଭେଟିଥିଲେ ।