ଭୁବନେଶ୍ଵର, ୩୦।୪ : ଭୁବନେଶ୍ଵରର ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ। ଦୁଇ ଛାତ୍ର ଗୋଷ୍ଠୀରେ ମଧ୍ୟରେ ସଂଘର୍ଷ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବଡଗଡ ପୁଲିସ ଘଟରାର ତଦନ୍ତ ଆରମ୍ଭ କରିଛି। କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି।
ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କମେଣ୍ଟ ମରାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ପକ୍ଷକୁ ପ୍ରିନ୍ସପାଲଙ୍କ ଚାମ୍ବରକୁ ଡକାଯାଇଥିଲା। କିନ୍ତୁ ଆଲୋଚନା ଚାଲିଥିବା ସମୟରେ ହଠାତ୍ କିଛି ଛାତ୍ର ମାରଣାସ୍ତ୍ର ନେଇ ଚାମ୍ବର ଭିତରକୁ ପଶି ଆକ୍ରମଣ କରିଥିଲେ। ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଛନ୍ତି। ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ଘଟଣା ପରେ କଲେଜ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲେ ମଧ୍ୟ ପୁଲିସ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରିଛି।
ଆହୁରି ପଢନ୍ତୁ : ମାଟି ଅତଡ଼ା ଖସି ଜଣେ ମହିଳା ମୃତ , ଦୁଇ ଗୁରୁତର