କୋରାପୁଟ, ୩୦।୪ : ମାଟି ଅତଡ଼ା ଖସି ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଥିବା ବେଳେ ଦୁଇ ଜଣ ମହିଳା ଗୁରୁତର ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ନୀଳ ଦୋରାପୁଟ ଗାଁ ରେ। ଗୁରୁତର ମହିଳାଙ୍କୁ ହସ୍ପିଟାଲ ରେ ଚିକିତ୍ସାଧିନ ଅଛନ୍ତି। ମୃତ ମହିଳା ଜଣକ ହେଲେ ମାଳିବେଲଗାଁର ଗୁପ୍ତେଶ୍ୱରି ଚୁଡ଼ିଆ

ମାଳିବେଲଗାଁର ୫ ଜଣ ମହିଳା ନିକଟ ନୀଳ ଦୋରାପୁଟ ଗାଁକୁ ନିଜ ଘର ଲିପିବା ପାଇଁ ଗାଁ ନିକଟ ଜଙ୍ଗରେ ଥିବା ଧଳା ମାଟି ଆଣିବା ପାଇଁ ଯାଇଥିଲେ।ମାଟି ଖୋଳିବା ସମୟରେ ହଠାତ୍ ମାଟି ଅତଡ଼ା ଖସି ପଡ଼ି ଥିଲା। ତିନି ଜଣ ମହିଳା ମାଟି ଭିତରେ ଫସି ହୋଇ ରହି ଯାଇ ଥିଲେ ।କୌଣସି ପ୍ରକାରେ ଦୁଇ ଜଣ ମହିଳା ମାନଙ୍କୁ ଗାଁ ଲୋକେ ଉଦ୍ଧାର କରି ଥିବା ବେଳେ ଜଣେ ମହିଳା ମାଟି ଭିତରେ ରହି ଯାଇଥିଲେ। ପରେ ଖବର ପାଇ ନନ୍ଦପୁର ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମହିଳା ଜଣଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ। କିନ୍ତୁ ସେତିକି ବେଳେ ଗୁପ୍ତେଶ୍ୱରି ଚୁଡ଼ିଆ ନାମକ ମହିଳା ଙ୍କ ମୃତ୍ୟୁ ହୋଇ ଥିଲା। ଏବଂ ଗୁରୁତର ଦୁଇ ମହିଳା ଗାଁ ଲୋକେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣା ପଡିଛି।ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ : ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଋଣ ଠକେଇ ମାମଲା: ୩ ବ୍ୟାଙ୍କ ଅଧିକାରୀ ଓ ଋଣଗ୍ରହୀତାଙ୍କୁ ୩ ବର୍ଷ ଲେଖାଏଁ ଜେଲ୍