ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସ୍ୱାଭିମାନ ଅଞ୍ଚଳରେ ମାଓ ଡମ୍ପ୍ ଠାବ, ବହୁ ପରିମାଣର ମାଓ ସାମଗ୍ରୀ ଜବତ

Published By : Gurupada Nath | April 25, 2025 5:09 PM

ମାଲକାନଗିରି,/ଚିତ୍ରକୋଣ୍ଡା,୨୫/୪ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଯବାନ କୁମ୍ବିଂ ଅପରେସନ ସମୟରେ ମାଓ ଡମ୍ପ୍ ଠାବ କରିଛନ୍ତି । ଏହି ଡମ୍ପ ଭିତରୁ ୪ଟି ଟିଫିନ ବୋମା ସହ ଗୋଟିଏ ୧୨ ଭୋଲ୍ଟ ବ୍ୟାଟେରୀ, ବିଦ୍ୟୁତ ତାର, ବଡ଼ ପ୍ଳାଷ୍ଟିକ ଡ୍ରମ, ଅକ୍ସିଜେନ ସିଲିଣ୍ଡର ସହ ଅନେକ ବିସ୍ଫୋରକ ସାମଗ୍ରୀ ବାହାରିଛି। ସ୍ୱାଭିମାନ ଅଞ୍ଚଳ ଘନବେଡ଼ା ଓ ଗୋରାସେତୁ ବିଏସଏଫ କ୍ୟାମ୍ପର ୧୭୭ବାଟାଲିୟନର ଯବାନମାନେ ଏରିଆ ଡମିନେସନ ଲାଗି ପଣଷପୁଟ ପଞ୍ଚାୟତ ଅନ୍ତର୍ଗତ ମାଓ ପ୍ରବଣ କେନ୍ଦୁଗୁଡା ଜଙ୍ଗଲକୁ ଯାଇଥିଲେ । 

ଜଙ୍ଗଲରେ ଯାଞ୍ଚ ଚାଲିଥିବାବେଳେ ଗୋଟିଏ ସ୍ଥାନରେ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ଯବାନମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ସୀମାନ୍ତ ଛତିଶଗଡ଼ ଓ ତେଲଙ୍ଗନାରେ ମାଓବାଦୀ ବିରୋଧୀ ଅପରେସନ ଜୋରଦାର ଚାଲିଥିବାବେଳେ ମାଓବାଦୀମାନେ ମାଲକାନଗିରି ସୀମା ଭିତରେ ପ୍ରବେଶ କରି ଏହି ସବୁ ବିସ୍ଫୋରକ ସାମଗ୍ରୀ ମାଟି ତଳେ ଡମ୍ପ୍ କରିଥିବା ନେଇ ସୂଚନା ଦେଇଛନ୍ତି ବିଏସଏଫ ଅଧିକାରୀ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.