ଉଦଲା , ୧୩।୬ : ଘର ବାହାରେ ରାସ୍ତା ପାଖରେ ବସିଥିଲେ, ହେଲେ କିଏ ଜାଣିଥିଲା ଏମିତି ଆସିବ ମୃତ୍ୟୁ। ଦୃତଗତିରେ ଆସି ବାଇକ ଚଢିଗଲା ଚାଲିଗଲା ଜୀବନ। ଏଥିସହ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ପାଗଡାଡିହା ଗ୍ରାମରେ। ମୃତକ ଜଣକ ହେଲେ ସୁକୁମରାମ ସିଂ।
ଗ୍ରାମର ସୁକୁରାମ ସିଂ ମଧ୍ୟାହ୍ନରେ ଘର ସାମ୍ନା ରାସ୍ତା ପାଖରେ ବସିଥିଲେ। ଏହି ସମୟରେ ପୋଡାଡିହା ଆଡୁ ଦ୍ରୁଗତିରେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସି ସୁକୁରାମଙ୍କ ଉପରେ ଚଢାଇ ଦେଇଥିଲେ। ଯାହା ଫଳରେ ବାଇକରେ ଥିବା ଯୁବକମାନେ ଛିଟିକି ପଡି ଗୁରୁତର ହେବା ସହିତ ସୁକୁରାମ ମଧ୍ୟ ଗୁରୁତର ହୋଇଥିଲେ। ପରେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୁକୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବଂ ୩ ଜଣ ବାଇକ ଆରୋହୀଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିବା ବେଳେ ଦାମାସାହି ଗ୍ରାମର ରତନ ମାଙ୍କିଡିଆ ଏବଂ କରନ ସିଂ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ : ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ ଏଏସଆଇ