ରାଉରକେଲା ୧୨/୦୫: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ। ବିସ୍ଫୋରଣରେ ଦୁଇ ଯବାନ ଆହତ। ହସ୍ପିଟାଲରେ ଭର୍ତ୍ତି।
ସୂଚନା ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ସୋମବାର ସକାଳ ପ୍ରାୟ ସାଢେ ୧୦ଟା ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ଭର୍ତ୍ତିକରାଯାଇଛି।