ରାଉରକେଲା,୧୨/୧୦: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଥାନା କୋଲଭଙ୍ଗା ଅଞ୍ଚଳରେ ରବିବାର ଭୋର ସମୟରେ ମାଓବାଦୀମାନେ ଏକ ମୋବାଇଲ ଟାୱାର ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ କରିଛନ୍ତି । 

​​​​​​​ସୂଚନା ମୁତାବକ, ସରଣ୍ଡା ଜଙ୍ଗଲର ସମଠାରେ ଗତ ଦୁଇ ଦିନ ତଳେ ମାଓବାଦୀମାନେ ଦୁଇଟି ଆଇଇଡି ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ହୋଇଥିଲେ। ଏହି ଘଟଣା ଘଟିବାର ୪୦ ଘଣ୍ଟା ପରେ ମାଓବାଦୀମାନେ ଆଜି କୋଲଭଙ୍ଗା ଅଞ୍ଚଳରେ ଥିବା ଏକ ମୋବାଇଲ ଟାୱାରକୁ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣ  ପରେ ସେହି ଅଞ୍ଚଳକୁ ଯବାନମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।