ମାଲକାନଗିରି,୩/୨ : ମାଲକାନଗିରି ବାଲିମେଳା ରାସ୍ତା ଦାନିଗୁଡା ଛକ ନିକଟରେ ମଙ୍ଗଳବାର ସକାଳେ ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ କୋରୁକୋଣ୍ଡା ପାର୍ଶ୍ଵରୁ ଜଣେ ବ୍ୟକ୍ତି ଗୋଟେ ସ୍କୁଟି ଧରି ଦ୍ରୁତଗତିରେ ଆସୁଥିବା ଦେଖିଥିଲେ । ସନ୍ଦେହ ହେବାରୁ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୧୬କେଜି ଗଞ୍ଜେଇ ଥିବା ଦେଖି ସ୍କୁଟି ଓ ଗଞ୍ଜେଇକୁ ଜବତ କରିଛନ୍ତି । ଏହି ଗଞ୍ଜେଇ ଗୁଡ଼ିକୁ ସେ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଅଭିମୁଖେ ନେଉଥିବା ସ୍ବୀକାର କରିଛନ୍ତି ।
ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଗିରଫ ବ୍ୟକ୍ତି ହେଲେ ବାଲିମେଳା ଅଞ୍ଚଳର ଚନ୍ଦ୍ର ଗୁଣ୍ଠା । ଏହି ଚଢଉରେ ଅବକାରୀ ବିଭାଗ ଇନ୍ସପେକ୍ଟର ବିଙ୍ଗରାଜ ଦାମୀ, ଜ୍ଞାନରଞ୍ଜନ ସାହୁ, ପ୍ରଦୀପ ନାୟକ, ପାଣ୍ଡବ ଟୁଡୁ, ଚନ୍ଦନ ଚେଟି ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ସାମିଲ ଥିଲେ।