ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବୈବାହିକ ଦୁଷ୍କର୍ମ ମାମଲା ଶୁଣାଣି ସ୍ଥଗିତ, ସୁପ୍ରିମକୋର୍ଟଙ୍କ ଆଉ ଏକ ଖଣ୍ଡପୀଠ କରିବେ ଶୁଣାଣି

Published By : Prameya | October 24, 2024 2:08 PM

ନୂଆଦିଲ୍ଲୀ,୨୪/୧୦: ବୈବାହିକ ଦୁଷ୍କର୍ମକୁ ଅପରାଧୀକରଣ କରିବା ଲାଗି ଆଗତ  ପିଟିସନଗୁଡ଼ିକର ଶୁଣାଣିକୁ ସୁପ୍ରିମକୋର୍ଟ ବୁଧବାର  ସ୍ଥଗିତ ରଖିଛନ୍ତି । ବୁଧବାର ଶୁଣାଣିବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ  ତୁଷାର ମେହତା ଦଲିଲ ରଖିବା ସହ କହିଥିଲେ  ଯେ, ଏହି ମାମଲା ବହୁତ ବଡ଼ । ଏହା ଉପରେ  ଯୁକ୍ତି ରଖିବା ପାଇଁ ପୂରା ଦିନ ଆବଶ୍ୟକ ।

 ଏହା  ଉପରେ ପ୍ରଧାନ ବିଚାରପତି (ସିଜେଆଇ)  ଡି.ୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଏହି ମାମଲାରେ  ଦଲିଲଗୁଡ଼ିକ ଏତେ ଶୀଘ୍ର ଶେଷ ହୋଇପାରିବ ବୋଲି ଲାଗୁନାହିଁ । ଏହାକୁ ପୁନଃ ତାଲିକାଭୁକ୍ତ  କରୁଛୁ । କିନ୍ତୁ ସମସ୍ତ ପକ୍ଷଙ୍କୁ ଦଲିଲ ଦେବାକୁ  ପଡ଼ିବ । ମାମଲାର ଶୁଣାଣି ୪ ସପ୍ତାହ ପରେ ନୂଆ କରି ଆଉ ଏକ ଖଣ୍ଡପୀଠ କରିବେ । ସିଜେଆଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ପାରଦିୱାଲା  ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଅକ୍ଟୋବର  ୧୭ରେ ମାମଲାର ଶୁଣାଣି ଆରମ୍ଭ କରିଥିଲେ ।  

ସଲିସିଟର ଜେନେରାଲ ମେହତା, ବରିଷ୍ଠ ଓକିଲ  ରାକେଶ ଦ୍ୱିବେଦୀ (ମହାରାଷ୍ଟ୍ର) ଏବଂ ବରିଷ୍ଠ  ଓକିଲ ଇନ୍ଦିରା ଜୟସିଂହ (ପ୍ରତିବାଦୀ-ସ୍ତ୍ରୀଙ୍କ ପକ୍ଷ)  କହିଥିଲେ ଯେ, ସେମାନେ ନିଜ ନିଜ ଦଲିଲ ପୂରା  କରିବା ପାଇଁ ଗୋଟିଏ ଗୋଟିଏ ଦିନ ଆବଶ୍ୟକ  କରୁଛନ୍ତି । ସିଜେଆଇ କହିଥିଲେ, ଯଦି ଏହି  ସପ୍ତାହରେ ଯୁକ୍ତି ଶୁଣାଣି ସମ୍ପୂର୍ଣ୍ଣ ହୋଇପାରିବ  ନାହିଁ ତେବେ ନଭେମ୍ବର ୧୦ରେ ତାଙ୍କ ଅବସର  ପୂର୍ବରୁ ମାମଲାର ଫଇସଲା କରିବା କଷ୍ଟକର  ହୋଇପଡ଼ିବ । ଆସନ୍ତା ସପ୍ତାହରେ ଦୀପାବଳି ଛୁଟି  କାରଣରୁ ଅଦାଲତ ବନ୍ଦ ରହିବ । ଏହି କାରଣରୁ ମାମଲାକୁ ଆଉ ଏକ ଖଣ୍ଡପୀଠକୁ ପଠାଯାଉଛି ।  

ଗତ ୧୭ ତାରିଖରେ ହୋଇଥିବା ଶୁଣାଣିବେଳେ  ସିଜେଆଇ କହିଥିଲେ, ଯଦି ସ୍ତ୍ରୀ ୧୮ ବର୍ଷରୁ କମ୍‌  ବୟସର ହୋଇଥିବେ ତେବେ ଏହାକୁ ଦୁଷ୍କର୍ମ  କୁହାଯିବ । ୧୮ ବର୍ଷରୁ ଅଧିକ ବୟସର ବିବାହିତ  ମହିଳାଙ୍କ ସହ ଯୌନ ସମ୍ପର୍କକୁ ବଳାତ୍କାର  କୁହାଯାଇପାରିବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.