ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଅପରେସନ ସିନ୍ଦୂରକୁ ନେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ କଟାକ୍ଷ, କହିଲେ ‘ଖୁବଶୀଘ୍ର ଇସଲମାବାଦରେ ଖାଇବା ବିରିୟାନୀ’...

Published By : Prameya | May 9, 2025 11:41 AM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ଉପରେ କଟାକ୍ଷ କରିଛନ୍ତି। ସେ ଫେସବୁକରେ ଦୁଇଟି ପୋଷ୍ଟ ଲେଖିଛନ୍ତି ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆମେ ଖୁବ୍ ଶୀଘ୍ର ଲାହୋରରେ ଜଳଖିଆରେ ବେକନ୍ ଏବଂ ଅଣ୍ଡା ଖାଇବା, ଇସଲାମାବାଦରେ ମଧ୍ୟାହ୍ନ ଭୋଜନରେ ବିରିୟାନିର ମଜା ନେବା, ପେଶାୱରରେ ଚା ସହିତ ଡୋନଟ୍ସ ଖାଇବା ଏବଂ କରାଚୀରେ ରାତ୍ରୀ ଭୋଜନରେ ସାମୁଦ୍ରିକ ଖାଦ୍ୟର ସ୍ୱାଦ ନେବା ।

ସେହିଭଳି ଅନ୍ୟ ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି କି,"ଆମେ ଲାହୋରକୁ ନୂଆ ନାମରେ 'ଲଭ୍ ନଗର' (ଲାହୋରୱାଲିଙ୍କୁ ଖୁସି କରିବା ପାଇଁ) ନାମିତ କରିବା, କରାଚୀକୁ 'ନୂଆ କାଶୀ', ପେଶାୱାରକୁ 'ପେଶୱା ନଗର' ଏବଂ କ୍ୱେଟାକୁ 'କୃଷ୍ଣ ନଗର' ନାମିତ କରିବା।" ଜଷ୍ଟିସ୍ କାଟଜୁଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଭାରତକୁ ଯୁଦ୍ଧ ପାଇଁ ନିରନ୍ତର ଉସୁକାଇ ଆସୁଛି ଏବଂ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି।

ଗତକାଲି (ଗୁରୁବାର) ରାତିରେ ପାକିସ୍ତାନ ଡ୍ରୋନ୍ ସାହାଯ୍ୟରେ ୧୫ଟି ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଭାରତୀୟ ସେନା ଏହାର ଉତ୍ତମ ଜବାବ ଦେଇଥିଲା। ଭାରତ ୫୦ ରୁ ଅଧିକ ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି। ଏହା ପରେ, ପାକିସ୍ତାନୀ ସେନା ମଧ୍ୟ LOC ଉପରେ ଗୁଳି ଚଳାଇଥିଲା, ଯାହାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା।

ଆପଣଙ୍କୁ କହି ରଖୁଛୁ ଯେ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନରେ ଥିବା ୯ ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ସାଧାରଣ ନାଗରିକ ଏବଂ ନିର୍ଦ୍ଦୋଷ ପିଲା ମାନଙ୍କୁ ଟାର୍ଗେଟ କରୁଛି। ଏହା ପରେ, ପାକିସ୍ତାନରୁ ଭାରତ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.